Odisha news

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର , ନାଭାଲ ବିଙ୍ଗ ପକ୍ଷରୁ “ଜଳ ହିଁ ଜୀବନ” କାର୍ଯକ୍ରମ

0
ବ୍ରହ୍ମପୁର :  ଆଜି ଓଡ଼ିଶା ନାଭାଲ ୟୁନିଟ ର  ପ୍ରତିନିଧିତ୍ବ ରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର , ନାଭାଲ କ୍ୟାଡେଟ ପକ୍ଷରୁ “ଜଳ ହିଁ ଜୀବନ” କାର୍ଯକ୍ରମ ଆରମ୍ଭ ହୋଇଥିଲା। ଗ୍ରୀଷ୍ମ ଋତୁ ପ୍ରଭାବ ରେ ରାସ୍ତା ଘାଟ ରେ   ବିଶୁଦ୍ଧ ପାନୀୟ ଜଳ ପିଇବାକୁ ସହର ରେ ରାସ୍ତା ଘାଟ ରେ ଦୂର ଦୂରାନ୍ତ ରୁ ଆସୁଥିବା ପଥିକ ମାନଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସବ ଲେଫ୍ଟନାଣ୍ଟ ସତ୍ୟ ନାରାୟଣ କୁଣ୍ଡୁ  ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ନାଭାଲ,ଏନସିସି ଏ.ଏନ.ଓ. , କ୍ୟାଡେଟ କ୍ୟାପଟେନ ସନ୍ଦୀପ ବିଶ୍ଵାଳ , ନାଭାଲ କ୍ୟାଡେଟ ଗଣ , ଏବଂ ବିଶ୍ଵବିଦ୍ୟାଳୟର ସ୍ଵଂୟସେବିକା ଅମ୍ରିତା ପାତ୍ର ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। “ଜଳ ହିଁ ଜୀବନ” କାର୍ଯ୍ୟକ୍ରମଟି ବିଶୁଦ୍ଧ ପାନୀୟ ଜଳ ର କାର୍ଯ୍ୟକ୍ରମ ଖଲ୍ଲିକୋଟ କଲେଜ ଓ ବୈଦ୍ୟନାଥପୁର ଥାନା ନିକଟରେ ଜଳ ବଣ୍ଟନ କରିଥିଲେ।
Leave A Reply