ଖଇରା-୦୩/୦୬-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ଗ୍ରାମ ପଞ୍ଚାୟତ ଅଧୀନ ବଗେଇପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ବୁଦ୍ଧିମତୀ ମହାରଣାଙ୍କର ୩ବଖରା ବାସଗୃହ ଭସ୍ମୀଭୂତ ହୋଇ ଯାଇଛି । ଏଥିରେ ଆନୁମାନିକ ୬୦ହଜାର ଟଙ୍କାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବାର କୁହାଯାଉଛି । ରୋଷେଇ ଚୁଲିରୁ ନିଆଁ ଏହି ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି । ଖବର ପାଇ ଖଇରା ଦମକଳ କେନ୍ଦ୍ରର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।