ଖଇରା,୪/୭।ବାଲେଶ୍ବର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରି ଙ୍କ ଘରେ ଫୁଲଚାରା ଚୋରି ଘଟଣାକୁ ନେଇ ସଙ୍ଘର୍ଷ ଘଟିଛି l ଖଇରା ପୋଲିସ ପ୍ରାଥମିକ ତଦନ୍ତ ପରେ ଏକ ମାମଲା(୧୧୮/୨୦) ରୁଜୁ କରି ଶୁକ୍ରବାର ସନ୍ଧ୍ୟାରେ ୧୧ଜଣଙ୍କୁ ଖଇରା ଥାନାରେ ଅଟକ ରଖିଛି ା ୩ ଦିନ ତଳେ କର୍ମୀ ମଞ୍ଜୁଲତାଙ୍କର ଫୁଲ ଚାରା ଚୋରୀ ହୋଇଝିବା ବେଳେ ସେ ସନ୍ଦେହରେ ପଡୋଶୀ ଭାସ୍କର ସାହୁ ଓ କରୁଣାକର ସାହୁଙ୍କୁ ପଚାରିଥିଲେ ା ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ା ରବିବାର ଦିନ ଘଟଣାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ା
ହେଲେ ଭାସ୍କର ନିକଟସ୍ଥ ମହିସାମୁଣ୍ଡା ଓ ଚକାପଦା ଗ୍ରାମ ଲୋକଙ୍କୁ ଡାକି ଆଣିବା ପରେ ଗୁରୁବାର ବିଳମ୍ବିତ ରାତିରେ ସେମାନେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ ାକର୍ମୀ ଜଣକ ତୁରନ୍ତ ଯାଇ ଗ୍ରାମବାସୀଙ୍କ ଜଣାଇଥିଲେ ା ସଂଘର୍ଷ ଘଟି ବାରିଙ୍ଗିଆ ଗ୍ରାମର ୬ଜଣ ଗ୍ରାମବାସୀ ଆହତ ହୋଇଥିଲେ ା ଆହତ ମାନଙ୍କୁ ଚିକିତ୍ସାପାଇଁ ଖଇରା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ା ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ା ଖଇରା ପୋଲିସ ଜଣେ ୧୧ଜଣଙ୍କୁ ଖଇରା ପୋଲିସ ଶନିବାର କୋର୍ଟ ଚାଲାଣ କରିଛି ା ସେମାନେ ଆକ୍ରମଣରେ ବ୍ୟବହାର କରିଥିବା ଠେଙ୍ଗା ଜବତ କରାଯାଇଛି ା ଘଟଣାକୁ ନେଇ ବାରିଙ୍ଗିଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।ପୋଲିସ ଘଟଣା ସ୍ଥଳରେ ଜଗି ରହିଛି ।
