ତିରୁବନନ୍ତପୁରମ୍: କେରଳର ଅଜିତ୍ କେପିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଠ ପଢ଼ା ସହ ସେ ଯେଉଁଭଳି ଭାବରେ ଅଟୋ ଚଳାଇବା ଜାରି ରଖିଛନ୍ତି, ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଛୋଟ ବେଳେ ସେ କେବଳ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବାର ସ୍ବପ୍ନ ଦେଖୁଥିବା ସହ ଦଶମ ପରେ ଅଟୋ ଚଳାଇବା ପାଇଁ ଲକ୍ଷ୍ୟ ରଖିଥିଲେ। ଦଶମ ପରୀକ୍ଷାରେ ସଫଳ ହେବା ପରେ ସେ ନିଜର ଅଟୋ ଚଳାଇବାର ସ୍ବପ୍ନ ପୂରଣ କରିଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଭିନ୍ନ ଯୋଜନା କରିଥିଲା। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପାଇଁ ଭାବି ସାରିଥିବା ଅଜିତ୍ ଧିରେ ଧିରେ କଲେଜ ଯିବା ସହ ପାଠ ପଢ଼ିଥିଲେ। ଅଟୋ ଚଳାଇ ଆୟ କରୁଥିବା ଟଙ୍କା ସାହାଯ୍ୟରେ ସେ କଲେଜ ପାଠ୍ୟକ୍ରମ ସାରିବା ସହ ଲୋକପ୍ରିୟ ସଙ୍ଗୀତ ଏବଂ ରଙ୍ଗମଞ୍ଚର ଗୀତରେ ପିଏଚଡି ହାସଲ କରିଥିଲେ। ଏହା ପରେ ସେ ଏବେ କଲେଜରେ ଅତିଥି ଅଧ୍ୟାପକ ଭାବେ କାମ କରିବା ଆରମ୍ଭ କରିଛନ୍ତି।
