Odisha news

ମାଧା ଚିକେନ୍ ଦୋକାନ ଜବରଦଖଲରେ ଶ୍ରୀ ଜୀୟୁଙ୍କ ରଥଦାଣ୍ଡ ଜଳ ନିଷ୍କାସନ ବାଟ , ଅସରାଏ ବର୍ଷାରେ ରଥଦାଣ୍ଡ ଉବୁଟୁବୁ

କେନ୍ଦ୍ରାପଡ଼ା(Rabindra Dash)  : କେନ୍ଦ୍ରାପଡା ପ୍ରସିଦ୍ଧ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡ ଜବରଦଖଲକାରୀଙ୍କ କବ୍ଜା ଥିବାରୁ ମାଉସୀମା ମନ୍ଦିର ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ବଡଦାଣ୍ଡ ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି । ଏହାର ଚର୍ତୁପାଶ୍ୱରେ ଥିବା ଗ୍ରାମର ଲୋକମାନେ ଆଣ୍ଠୁଏ ପାଣିରେ ପଶି ଯାଆ ଆସ କରୁଛନ୍ତି ।

ପ୍ରକାଶ ଯୋଗ୍ୟଯେ,ତିନି ବର୍ଷ ତଳେ ପ୍ରାୟ୯କୋଟି ଟଙ୍କା ବ୍ୟୟରେ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡ ପୁର୍ନଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଚଳିତ ବର୍ଷ ପ୍ରାୟ୧୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାରେ ସୈାର୍ନ୍ଦଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି । ରଥଦାଣ୍ଡର ଉଭୟ ପାଶ୍ୱର୍ରେ ଆଲୋକୀକରଣ କାର୍ଯ୍ୟ ଛଅ ମାସରୁ ଉଦ୍ଧ୍ୱର୍ ହେବ ଶେଷ ହୋଇ ଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତି ଅଭାବରୁ ଏହା ଉଦ୍ଘାଟନ ହୋଇ ନାହିଁ । ଫଳରେ ଏହାର ଉଭୟ ପାଶ୍ୱର୍ର ଲୋକ ମାନେ ଅନ୍ଧାରରେ ରହୁଛନ୍ତି । ସେହିପରେ ଶ୍ରୀ ଜୀୟୁଙ୍କ ମାଉସୀମା ମନ୍ଦିର ନିକଟରେ ଥିବା ବର୍ଷାଜଳ ନିଷ୍କାସନ ବାଟରେ ଜନୈକ ବ୍ୟକ୍ତି ଉଭୟ ଶ୍ରୀ ଜୀୟୁଙ୍କ ଦେବତ୍ତୋର ସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ଏବଂ ପୈାରସଂସ୍ଥାର ନିର୍ବାହୀ ଅଧିକାରୀଙ୍କ ସହିତ ସଲାସୁତରା କରି ମାଧା ଚିକେନ୍ ସେଣ୍ଟର ଓ କବିତ ଭେରାଇଟ୍ ଷ୍ଟୋର ନାମରେ ଜବରଦଖଲ କରି ରଖିଛନ୍ତି ।

ଶ୍ରୀ ଜୀୟୁଙ୍କ ଦେବତ୍ତୋର ସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ଏବଂ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ କେଉଁ କାରଣରୁ ନୀରବ ଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଅନ୍ୟ ପକ୍ଷରେ ଅସରାଏ ବର୍ଷା ହେଲେ ଏହାର ଚର୍ତୁପାଶ୍ୱରେ ଥିବା ଗ୍ରାମର ଲୋକମାନେ ଆଣଣ୍ଠୁଏ ପାଣିରେ ପଶି ଯାଆ ଆସ କରୁ ଅଭିଯୋଗ ହୋଇଛି । ତୁରନ୍ତ ଶ୍ରୀ ଜୀୟୁଙ୍କ ଦେବତ୍ତୋର ସଂସ୍ଥା ର ସଭାପତି ତଥା କେନ୍ଦ୍ରାପଡାର ଉପ-ଜିଲ୍ଲାପାଳ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Nalco

Comments are closed.