କେନ୍ଦ୍ରାପଡା(Rabindra Dash) : ଜନଶକ୍ତି ପାର୍ଟି ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଋଣପଡାସ୍ଥିତ ନୁରି ମସଜିଦ୍ ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ ମହମ୍ମଦଙ୍କ ଜୟନ୍ତୀ ଅବସରରେ ବୃକ୍ଷରୋପଣ କରିଛନ୍ତି ।
ଏହି ଉପଲକ୍ଷେ ଶ୍ରୀ ଦାଶ ସମାଜସେବୀ ବୁନା ଭାଇ ଓ ସେକ ଆସିକୁଦ୍ଦିନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନକରି ସମ୍ବର୍ଦ୍ଧିତ କରିବା ସହ କୁନି କୁନି ପିଲାମାନଙ୍କୁ ମିଷ୍ଟାନ୍ନ ଓ ବିସ୍କୁଟ ବଂଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରମେଶ ଥାଟୋଇ, ପ୍ରଶାନ୍ତ ନାୟକ, ବିବେକ ନାୟକ, ଶାନ୍ତନୁ ନାୟକ, ଗୋପିନାଥ ସେଠୀ, ନୃସିଂହ ମଲ୍ଲିକ, ଧ୍ରୁବବାବା ଓ ସଂଜୟ ସେଠୀ ପ୍ରମୁଖ ଯୋଗଦେଇ କୋଭିଡ ଗାଇଡ ଲାଇନକୁ ଅନୁପାଳନ ପୂର୍ବକ ମହମ୍ମଦଙ୍କ ଜୀବନି ଉପରେ ଆଲୋଚନାକରି ସମଗ୍ର ରାଜ୍ୟର ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଛା ଜଣାଇଥିଲେ ।