କେନ୍ଦ୍ରାପଡା,୨୪/୯ (Rabindra Dash) – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେକ୍ ମତଲୁବ୍ ଅଲ୍ଲୀଙ୍କ ବିୟୋଗରେ କେନ୍ଦ୍ରପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସବାରେ ଜିଲ୍ଲା କଂଗ୍ରେସ କମିଟି କର୍ମକତ୍ତା ତଥା ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ମାନେ ଏହି ଶୋକ ସଭାରେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ , ଫକୀର ଚରଣ ଖଟ୍ଟୁଆ , ବିଦୁଭୂଷଣ ମହାପାତ୍ର , ମୁକ୍ତାର ଖାଁ ,ସତ୍ୟପ୍ରୀୟ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱର୍ଗତ ସେକ୍ ମତଲୁବ୍ ଅଲ୍ଲୀଙ୍କ ରାଜନୈତିକ କାର୍ଯ୍ୟକୂଶଳୀ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ସେଠୀ , ନିରଂଜନ ପରିଡା , କମଳାକାନ୍ତ ବେହେରା ,ରଶ୍ମୀ ରଂଜନ ପଣ୍ଡା ପ୍ରମୁଖ ବହୁ ନେତୃବୃନ୍ଦ ମାନେ ଯୋଗ ଦେଇ ତାଙ୍କ ବ୍ୟକ୍ତିତ୍ୱ ସଂର୍ପକରେ ଆଲୋଚନା କରିବା ସହ ଭକ୍ତିପୂତ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ ।