Odisha news

ଗରାପୁର ଚୌଧୁରୀ କଲୋନୀରେ ଚୋରି

0

କେନ୍ଦ୍ରାପଡା,୨୪ା୯(Rabindra dash) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ଚୌଧୁରୀ କଲୋନୀରେ ଚୋରି ହୋଇଥିଲା । ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଆଇନଜୀବୀ ସ୍ୱର୍ଗତ ସଂଜୀବ ଚୌଧୁରୀଙ୍କ ବାସ ଭବନ ତଥା ଚୋଧୁରୀ କଲୋନୀ ରେ ଗତ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ବ୍ୟକ୍ତି କଲୋନୀରେ ଥିବା ଏକ କାର ଡୋର ଖୋଲି ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ କଲୋନୀରେ ଭଡାରେ ରହୁଥିବା ସ୍କୁଲ କର୍ମ·ରୀଙ୍କ ସାଇକେଲ ଚୋରି କରି ନେଇଯାଇଥିଲା । ପରଦିନ ସକାଳେ ସାଇକେଲ ନଥିବା ଓ ଗାଡିର ଡୋର ଖୋଲାଥିବା ଦେଖି ସେଠାରେ ଲାଗିଥିବା ସିସି ଟିଭି ଫୁଟେଜ୍ ତନଖି କଲାପରେ ଚୋରି ହୋଇଥିବା ଜାଣି ପାରିଥିଲେ ।

ଏହାପରେ ଘର ମାଲିକ ସିଦ୍ଧାର୍ଥ ଚୋଧୁରୀ ଓ ସ୍ଥାନୀୟ କଲୋନୀରେ ରହୁଥିବା ସଦସ୍ୟମାନେ ଗରାପୁର ଗ୍ରାମର ଚାରିଆଡେ ଖୋଜାଖୋଜି କଲାପରେ ଚୋରର ସନ୍ଦାନ ମିଳିଥିଲା । ଗରାପୁରର କାଳୀ ମନ୍ଦିର ପାଖରୁ ଚୋରକୁ ସାଇକେଲ ସହ ଧରିବା ପରେ ତାପାଖରୁ ୧୫ହଜାର ଟଙ୍କାର ଖୁଚୁରା ଟଙ୍କା ବାହାରିଥିଲା । ସେଠାରେ ଥିବା ଲୋକମାନେ ଚୋରକୁ ପ·ରିବାରୁ ସେ ସହରର ଭଗେଶ୍ୱରପୁର ସ୍ଥିତ ମା ଶାରଳା ମନ୍ଦିରର ହୁଣ୍ଡିଭାଙ୍ଗି ସମସ୍ତ ପଇସା ଚୋରି କରିଥିବାର ସ୍ୱୀକାର କରିଥିଲା । ତାପରେ ସିଦ୍ଧାର୍ଥ ଚୌଧୁରୀ ସଦରଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ଅବଗତ କରିବା ପରେ ଚୋର ସହ ସାଇକେଲ ଓ ଟଙ୍କା ଜବତ କରି ଥାନାକୁ ନେଇଯାଇଥିଲେ

Leave A Reply