Odisha news

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗରେ ଶୋକସଭା

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ସଂସଦର ସଭାପତି ଡଃ.ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରାପଡାର ଗର୍ବ ଗୈାରବ ଅଲ ଇଣ୍ଡିଆ ରେଡିଓର ଅବସରପ୍ରାପ୍ତ ସଂଯୋଜକ ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ଜିଲ୍ଲା ସାହିତ୍ୟ ସଂସଦରୁ କେନ୍ଦ୍ରାପଡା ଜିଲ୍ଲା ଗୈାରବ ଏବଂ ବଳଦେବଜୀଉ ପୁରସ୍କାର ପାଇଥିବା ଦିବଂଗତ ନଦିଆବିହାରୀ ମହାନ୍ତି ଏବଂ ଅନ୍ୟଜଣେ କେନ୍ଦ୍ରାପଡାର ଦରଦୀବନ୍ଧୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗରେ ଏକ ମିଳିତ ଶୋକସଭାରେ ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୨ଜଣଙ୍କ ବିୟୋଗ କେନ୍ଦ୍ରାପଡା ପାଇଁ ଏକ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟିକରିଛି । ବିଶେଷ କରି ସ୍ୱର୍ଗତ ଧଳ ଜଣେ ସମାଜସେବୀ,ଲୋକପ୍ରୀୟ,ସାହିତ୍ୟପ୍ରେମୀ ରାଜନେତା ଥିଲେ ।

ସେ କେନ୍ଦ୍ରାପଡାର ପ୍ରତ୍ୟେକ ଅନୁଷ୍ଠାନ ସହିତ ଜଡିତ ଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ସହସମ୍ପାଦକ କାର୍ତ୍ତିକ ଚରଣ ନାୟକ, ଶରତ ଚନ୍ଦ୍ର ରାଉତ, ଧିରେନ୍ଦ୍ର କୁମାର ଦାସ, ପାର୍ଥସାରଥୀ ବେହେରା, ସାୟୀସ୍ୱରୂପ ଦାସ, ସତ୍ୟପ୍ରୀୟ ଦାସ, ମନୋଜ କୁମାର ଦାସ, ସଞ୍ଜୟ କୁମାର ଜେନା, ମାଧବ ଚନ୍ଦ୍ର ଦାସ, ଆଇନଜୀବି ପ୍ରଦିପ କୁମାର ଦାଶ ପ୍ରମୁଖ ଯୋଗଦେଇ ମହାନଆତ୍ମାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply