Odisha news

ଦ୍ୱିପ ତଳ ଅନ୍ଧାର : ବିଜୁଳି ଓ ରାସ୍ତାରୁ ବଂଚିତ ଚନ୍ଦନପୁର ଜେନାସାହି ଗ୍ରାମବାସୀ

0

କେନ୍ଦ୍ରାପଡା(ରବୀନ୍ଦ୍ର ଦାଶ ) : ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ଗ୍ରାମବାସୀ ମାନେ ଗାଁକୁ ଯିବାକୁ ରାସ୍ତା ପାଉ ନଥିବା ବେଳେ ଗ୍ରାମ୍ୟ ବିଦୁ୍ୟତ୍ କରନ ଯୋଜନା ସାତ ସପନ ହୋଇ ରହିଛି । ରାସ୍ତା ନଥିବାରୁ ବର୍ଷ ସାରା ପାଣି କାଦୁଅ ରେ ପଶି ବିଲ ଭିତରେ ନିଜ ଘରକୁ ଯାଉଥିବା ଭଳି ଏକ ବାସ୍ତବ ଚିତ୍ର କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଂଚାୟତର ଚନ୍ଦନପୁର ଗ୍ରାମର ଜେନାସାହିରେ ଦେଖିବାକୁ ମିଳୁଛି ।

ଚନ୍ଦନପୁର ଗ୍ରାମର ପଡା ଗ୍ରାମରେ ରହୁଥିବା ପ୍ରାୟ ୨୦ଟି ପରିବାର ରାସ୍ତା ଓ ଆଲୋକ ପାଇଁ ଅଭିଶପ୍ତ ଜୀବନ ବିତାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଟଉନରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ଏହି ଗ୍ରାମର ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ନିର୍ବାଚନ ସମୟରେ ଭୋଟ ପାଇଁ ପ୍ରଚାର କରିବାକୁ ଅସୁଥିବା ନେତା ମାନେ ରାସ୍ତା ଏବଂ ଆଲୁଅ ଯୋଗାଇ ଦେବା ପାଇଁ ପ୍ରତିଥର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପାଣିର ଗାର ହୋଇ ରହିଛି ।

ସ୍ଥାନୀୟ ସରପଂଚ ପ୍ରଦୁ୍ୟମ୍ନ ଜେନା ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବିଦୁ୍ୟତ୍ ବିଭାଗର ଅସହଯୋଗ କାରଣରୁ ସ୍ଥାନୀୟ ବାସିନ୍ଦା ଦହଗଞ୍ଜ ଭୋଗୁଥିବା ଜନା ପଡିଛି । ଏହି ଗ୍ରାମରେ ରହୁଥିବା ପ୍ରାୟ ୨୦ ଘର ଦଳିତ ସଂପ୍ରଦାୟର ପରିବାର ନିଜର ମୈାଳିକ ସୁବିଧା ପାଇବା ପାଇଁ ଆପତି ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ।

ନିର୍ବାଚିତ ପ୍ରତିନିଧି ମାନେ ଭୋଟ ପାଇବା ପରେ ଦ୍ୱିତୀୟ ଥର ପାଇଁ ଗାଁ ଭିତରେ ପାଦ ପକାଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମବାସୀ ମାନଙ୍କୁ ଯାତାୟତ ପାଇଁ ରାସ୍ତା , ଆଲୋକ ଓ ପାନୀୟ ଜଳ ଯଥା ଶିଘ୍ର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ନଗଲେ ଏହି ଦଳିତ ସଂପ୍ରଦାୟର ବ୍ୟକ୍ତିମାନେ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Nalco
Leave A Reply