Odisha news

ମହାମାନ୍ୟ ରାଷ୍ଟ୍ରପତିଙ୍କ ପକ୍ଷରୁ ସଂଗ୍ରାମୀ ମକରଧ୍ୱଜ ଦାସ ସମ୍ବର୍ଦ୍ଧିତ

0

କେନ୍ଦ୍ରାପଡା : ମହାମାନ୍ୟ ରାଷ୍ଟ୍ରପତିଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମକରଧ୍ୱଜ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ରାଷ୍ଟ୍ରପତିଙ୍କ ପ୍ରଦତ ଉତରୀୟ , ମାନପତ୍ର ସଂଗ୍ରାମୀ ଦାସଙ୍କୁ ତାଙ୍କ ଘରେ ପ୍ରଦାନ କରି ସମ୍ବର୍ନ୍ଧିତ କରିଛନ୍ତି । ପ୍ରତିବର୍ଷ ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ସେନାନୀ ସମ୍ମାନ ଯୋଜନାରେ ପେନସନ ପାଉଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ ।

ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବା ସମ୍ଭବ ନହେବାରୁ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରେରିତ ଉତରୀୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଗାନ୍ଧି ପଦଯାତ୍ରା କମିଟି ସଂଯୋଜକ ଗଦାଧର ମଲ୍ଲିକ,ଭଜକୃଷ୍ଣ ରାଉତ,ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଙ୍ଘ ସଭାପତି ବିଚିତ୍ରାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply