କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ନିକଟବର୍ତୀ ଶୈଳ ବିହାର ଅଂଚଳର ବିଲ ଭିତରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ବିଲ ଭିତରେ ପଡିଥିବା ଏହି ଶବ ବିଷୟରେ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ଦେଖିବା ସହ ଥାନାକୁ ଖବର ଦେଇଥିଲେ । ଗୁରୁବାର ଅପରାହ୍ନରେ ଥାନା ପକ୍ଷରୁ ଘଟଣା ସ୍ଥଳରେ ପଡି ରହିଥିବା ଏହି ମଧ୍ୟ ବୟସ୍କା ମହିଳା ଆନୁମାନିକ ୪୦ ବର୍ଷ ହେବ ବୋଲି ଜଣା ପଡିଛି ।
କେତେକ ବ୍ୟକ୍ତି ଏହି ମହିଳାଙ୍କ ଘର କରିଲୋପାଟଣା ଅଂଚଳରେ ବୋଲି କହୁଥିବା ବେଳେ ସେ ସମ୍ବନ୍ଧରେ ସଠିକ ପରିଚୟ ଜନା ପଡିନାହିଁ । ତେବେ ମହିଳାଙ୍କୁ କେହି ହତ୍ୟା କରିଛି ବା କିଭଳି ମୃତୁ୍ୟ ଘଟିଛି ଏନେଇ ପୋଲିସ କିଛି ସଠିକ ତଥ୍ୟ ଦେଇନାହିଁ । ଶବ ଜବତ କରିବା ସହ ବ୍ୟବଚ୍ଚେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିସôାଲୟକୁ ପଠାଯାଇ ଥିବା ଜଣାପଡିଛି । ରିପୋଟ ଲେଖା ହେବା ବେଳକୁ ମହିଳାଙ୍କ ପରିଚୟ ସମ୍ବନ୍ଧରେ ଓ ମୃତୁ୍ୟ ସଂପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଥାନା ଅଧିକାରୀ ପ୍ରମୋଦ ମଲିକ ସୂଚନା ଦେଇଛନ୍ତି ।