କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବଳରାମପୁର ପଂଚାୟତର ଇଛାପୁର ଗ୍ରାମର ଗ୍ରାମବାସୀ ମାନେ ଦୀର୍ଘଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି । ବର୍ଷାପାଣି ନିଷ୍କାସିତ ହୋଇ ନପାରି ଗାଁ ରାସ୍ତାକୁ ବୁଡାଇ ଆଣ୍ଠୁଏ ଉଚ୍ଚର ଜମି ରହି ଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢି ଯାଇଛି । ଏନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଇଛାପୁର ଗ୍ରାମର ପ୍ରବେଶ ପଥ ଠାରୁ ଆରମ୍ଭ କରି ପ୍ରାୟ ୨୦୦ମିଟର ରୁ ଉଦ୍ଧ୍ୱର୍ ବର୍ଷାପାଣି ଗ୍ରାମର ମୁଖ୍ୟ ରାସ୍ତାରେ ଜମି ରହୁ ଥିବାରୁ ଗ୍ରାମବାସୀ ବାହାରି ପାରୁ ନାହାଁନ୍ତି ।
ସାମାନ୍ୟ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ପ୍ରାୟ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଗ୍ରାମବାସୀଙ୍କ ଯାତାୟତରେ ଘୋର ଅସୁବିଧା ହେଉଛି । ଏନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉ ନାହିଁ । ବର୍ଷାଜଳ ଜମି ରହିବା ଫଳରେ ସେଥିରେ ବିଷାକ୍ତ ସାପ ଓ ଅନ୍ୟାନ୍ୟ ଜୀବଯନ୍ତୁ ଯାତାୟତ କରୁଥିବା ଲୋକଙ୍କୁ କାମୁଡୁଛନ୍ତି । ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ସମାଜସେବୀ ନଳିନୀ ପୃଷ୍ଟିଙ୍କ ସହ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।