Odisha news

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବମାନଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ

0

କେନ୍ଦ୍ରାପଡା ୩୧/୧ –ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବମାନେ ଶୁକ୍ରବାର ଅଚାନକ କେନ୍ଦ୍ରାପଡା ଗସ୍ତରେ ଆସି ଏଠାରେ ପହଁଚିଥିଲେ । ସଚିବ ଡି.ଏସ.କୁଟେ, ପ୍ରଦିପ ମହାପାତ୍ର, ରୂପାରୋଷନ ସାହୁ ଓ ଆଦିତ୍ୟ ମହାପାତ୍ର ପ୍ରମୁଖ ୨ଟି ଟିମରେ ବିଭକ୍ତ ହୋଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଓ ଡେରାବିଶି ବ୍ଲକର ସମସ୍ତ ପଂଚାୟତ ଗସ୍ତକରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ରାସ୍ତାଘାଟ ପ୍ରଭୃତି ସମସ୍ୟା ଓ ବିଭିନ୍ନ ସରକାରୀ ସେବା ଗୁଡିକ ଠିକ ଭାବରେ ମିଳୁଛିକି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ଅଚଂଳର ଜନସାଧାରଣଙ୍କୁ ପଚାରି ବୁଝିଥିଲେ । ଏଥିସହିତ ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ସମେତ ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ମଧ୍ୟ ପରିଦର୍ଶନ କରି ସେଠାରେ ଅଙ୍ଗନୱାଡି କର୍ମୀ, ଶିକ୍ଷକ/ଶିକ୍ଷୟତ୍ରୀ, ଡାକ୍ତର ଏବଂ ଜନସାଧାରଣଙ୍କ ସହିତ କଥାହୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ତାହାର ଗୁଣବତା ପରୀକ୍ଷା କରିଥିଲେ । ସଚିବମାନଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଗସ୍ତ ଶେଷରେ ସେମାନେ ଭୂବନେଶ୍ୱର ଫେରି ଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଛନ୍ତି ।

Leave A Reply