କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପରିଷଦର ପ୍ରାୟ ୧୮ଜଣ ସଦସ୍ୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆସୁଥିବା ସରକାରୀ ଅନୁଦାନ ରାଶି ସମସ୍ତ ଜିଲ୍ଲା ପରିଷଦଙ୍କୁ ସମାନ ଭାବେ ବଣ୍ଟନ କରିବାକୁ ଦାବି ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଥିବା ୧୫ ତମ ସି ଏଫ ଏସ ଓ ୫ମ ଏସ ଏଫ ସି ଅନୁଦାନ ରାଶିକୁ ସମସ୍ତ ଜିଲ୍ଲା ପରିଷଦଙ୍କୁ ସମାନ ଭାବେ ବଣ୍ଟନ କରିବା ପାଇଁ ଦାବି ଜଣାଇଛନ୍ତି । ଏହା ସହ ସଭ୍ୟ ସଭ୍ୟା ମାନେ ପ୍ରସ୍ତାବ ଦେଇଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
୫ମ ଜିଲ୍ଲା ପରିଷଦ ଗଠନ ହେବା ଦିନଠାରୁ ରାଜ୍ୟ ସରକାର ମଟର ଭେଇକିଲ ଟ୍ୟାକ୍ସ ଓ ଡିଭୋଲିଏସନ ଫଣ୍ଡ ମୂଳ ଅର୍ଥରେ ଜମାଥିବା ସୁଧ ଅର୍ଥକୁ ସମାନ ଭାବେ ବଣ୍ଟନ କରାଯାଇ ସଦସ୍ୟ ମାନେ ଦେଇଥିବା ପ୍ରକଳ୍ପ ଗୁଡିକୁ ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାକୁ ଧନଞ୍ଜୟ ବୋଷ, ଜ୍ୟୋସ୍ନାରାଣୀ ଜେନା, ଜୟଦେବ ଦାସ, ସବିତା ସେଠୀ, ସାଗରିକା ମଲିକ, ରବିନ୍ଦ୍ର ସେଠୀ, ସନ୍ତୋସ ଜେନା, ଦେବାଶିଷ ଦାସ, ପିକରାଣୀ ହୋତା, କଳ୍ପନା ମହାପାତ୍ର, ରେଶମି ଚକ୍ରବତୀ, ଜବା ମୁର୍ମୁ ପ୍ରମୁଖ ସଭ୍ୟ ଓ ସଭ୍ୟାମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ ।