କଣ୍ଟାପଡ଼ା : ଓଲଟପୁର ଥାନା ଅନ୍ତର୍ଗତ ଛେଦା ଗ୍ରାମରେ ମେଗା ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶକଟେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରକୁ ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ଆନୁଷ୍ଠାନିକଭାବେ ଉଦଘାଟନ କରି ଯୁବ ଗୋଷ୍ଠୀଙ୍କଦ୍ୱାରା ଏପରି ଏକ ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଣ୍ଟାପଡ଼ା ବିଡ଼ିଓ ଶୁଭଶ୍ରୀ ରଥ, ତହସିଲଦାର ଆର୍ତ୍ତତ୍ରାଣ ମଲିକ, ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁୁଶେଖର ସାହୁ, ବ୍ଲକ ଯୁବ ବିଜେଡ଼ି ସଭାପତି ପୀୟୁଷ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୋପୀନାଥ କର ପ୍ରମୁଖ ଉପସ୍ଥିତ ଥିଲେ ।
ଛେଦା ଗ୍ରାମର ବରିଷ୍ଠ ନାଗରିକ ବିନୋଦବିହାରୀ ରାଛତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଫୁଲନଖା ରେଞ୍ଜ ବନ ବିଭାଗ ବାଗଲପୁର କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ଅବସରରେ ଏକ ହଜାରରୁ ଊଦ୍ଧ୍ୱର୍ ସଂଖ୍ୟକ ଓøଷଧିୟ ଓ ଅନ୍ୟ କିସମର ବୃକ୍ଷ ରୋପଣ ହୋଇଥିଲା ।