‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍ ଓ କଂଗ୍ରେସ ନେତା ସଂଜୟ ନିରୁପମ୍
ମୁମ୍ବାଇ: ବିକ୍ଷୋଭକାରୀଙ୍କ ହାତରେ ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବିସ୍ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି । ସେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଚାରିଛନ୍ତି ଯେ, କାହିଁକି ଏ ପ୍ରକାରର ପ୍ରଦର୍ଶନ? ଫ୍ରି କଶ୍ମୀର ସ୍ଲୋଗାନ୍ ଦିଆଯାଉଛି? ଆମେ ମୁମ୍ବାଇରେ ଏଭଳି ବିଚ୍ଛିନ୍ନତାବାଦୀ ତତ୍ତ୍ୱକୁ କେମିତି ସହ୍ୟ କରିପାରିବୁ?
Protest is for what exactly?
Why slogans of “Free Kashmir”?
How can we tolerate such separatist elements in Mumbai?
‘Free Kashmir’ slogans by Azadi gang at 2km from CMO?
Uddhav ji are you going to tolerate this Free Kashmir Anti India campaign right under your nose???@OfficeofUT https://twitter.com/ani/status/1214202187493994497 …ANI✔@ANI
#WATCH Mumbai: Poster reading, ‘Free Kashmir’ seen at Gateway of India, during protest against yesterday’s violence at Delhi’s Jawaharlal Nehru University. #Maharashtra
ଫଡ଼ନବିସ୍ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆଜାଦୀ ଗ୍ୟାଙ୍ଗ ଫ୍ରି କଶ୍ମୀର ସ୍ଲୋଗାନ୍ ଦେଇଛନ୍ତି । ଉଦ୍ଧବ ଜୀ ଆପଣଙ୍କ ସମ୍ମୁଖରେ ଭାରତ ବିରୋଧୀ ପ୍ରଦର୍ଶନ ହେଉଥିଲେ ବି, ଏହାକୁ ଦେଖୁଛନ୍ତି?
ସୂଚନାଯୋଗ୍ୟ ଗତ ରବିବାର ସନ୍ଧ୍ୟାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହୋଇଥିବା ହିଂସା ବିରୋଧରେ ଆଜି ବି ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ଜଣାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ହାତରେ ପୋଷ୍ଟର ଧରି ଓ ହିଂସା ବିରୋଧରେ ଗେଟୱେ ଅଫ ଇଣ୍ଡିଆ ସମ୍ମୁଖରେ ସ୍ଲୋଗାନ ଦେବାରେ ଲାଗିଛନ୍ତି । ବିକ୍ଷୋଭକାରୀ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ହାତରେ ଥିବା ‘ଫ୍ରି କଶ୍ମୀର’ ପୋଷ୍ଟର ଗତକାଲିଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ऐसे पोस्टर देश भर में चल रहे छात्र आंदोलन को बदनाम कर सकते हैं।
आंदोलन गुमराह हो सकता है।
आंदोलनकारियों को सावधानी बरतनी पड़ेगी।#JNUVoilence का कश्मीर की आज़ादी से क्या रिश्ता ?
कौन हैं ये लोग ? किसने गेटवे पर भेजा इन्हें ?
बेहतर होगा,सरकार इसकी जाँच कराए।284 people are talking about thisଠକ୍ ସେହିପରି ବରିଷ୍ଠ କଂଗ୍ରେସ ନେତା ସଂଜୟ ନିରୁପମ୍ ମଧ୍ୟ ‘ଫ୍ରି କଶ୍ମୀର’ ପୋଷ୍ଟର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବି ଘେରିଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି ଏଭଳି ପୋଷ୍ଟର୍ ଛାତ୍ର ଆନ୍ଦୋଳନକୁ ବଦନାମ୍ କରିପାରେ। ଆନ୍ଦୋଳନକାରୀମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଜେଏନୟୁ ହିଂସାର କଶ୍ମରୀର ସ୍ବାଧୀନତା ସହିତ କି ସଂପର୍କ? କିଏ ଏହି ଲୋକମାନେ? କିଏ ଏମାନଙ୍କୁ ଗେଟ୍ ୱେକୁ ପଠାଇଛି? ଭଲ ହେବ ସରକାର ଏହାର ତଦନ୍ତ କରାନ୍ତୁ।’