କାଶୀନଗର(କାଶୀନଗର ରୁ ଆନନ୍ଦ ଚନ୍ଦ୍ର ପାତ୍ର) : ଗତକାଲି ସନ୍ଧ୍ୟା 5 ଟା ସମୟ ରେ ଅଲ ଓଡିଶା ରୋଡ଼ ରାଜ୍ୟ ସଡ଼କ ପଥ (NH 4 ) ରେ ଗୋଟିଏ ଅଜଣା ଗଡି ଧକ୍କା ଦେବାରୁ କାଶୀନଗର ୱାର୍ଡ ନମ୍ବର 13 ର ଅଧିବାସୀ ତାରାସିଂ ଗଣପତି ଯାହାର ବୟସ ପ୍ରାୟ 45 ହେବ ରାସ୍ତା ରେ ଚାଲି ଚାଲି ଆସୁଥିବା ବେଳେ କୌଣସି ଅଜଣା ଗାଡି ର ଧକ୍କା ରେ ମୃତ୍ୟୁ ହୋଇଥିବା ସୂଚନା ଖବର ମିଳିଛି | କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ କାଶୀନଗର ହସ୍ପିଟାଲ କୁ ଆଣିଥିବା ଓ ସେଠାରୁ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା. କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ 143/22 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି.