Odisha news

କାଶ୍ମୀର ରେ ଆତଙ୍କବାଦର ପାଳନ ପୋଷଣ ର ସମ୍ପୂର୍ଣ କାହାଣୀ

0

ଜମ୍ମୁକାଶ୍ମୀର ରେ ଭାରତୀୟ ପର୍ଯ୍ୟଟକ ଙ୍କ ଉପରେ ବଡ଼ ଧରଣର ଆକ୍ରମଣ ରେ ୨୮ ଜଣ ନିରୀହ ପର୍ଯ୍ୟଟକ ଙ୍କ ଜୀବନ ଚାଲିଯାଇଛି, ଏହି ଘଟଣାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଛି, କାଶ୍ମୀର ର ଅର୍ଥବ୍ୟବସ୍ଥା ଅଧିକ ମାତ୍ରା ରେ ପର୍ଯ୍ୟଟକ ଙ୍କ ଉପରେ ନିର୍ଭର କରିଥାଏ ଏବଂ ବର୍ତମାନ ଏଭଳି ଖୁବ କମ ମାମଲା ଦେଖିବାକୁ ମିଳିଛି ଯେଉଁଥିରେ ପର୍ଯ୍ୟଟକ ଙ୍କୁ ଆକ୍ରମଣ କରାଯାଇଛି l  କିନ୍ତୁ ଆତଙ୍କବାଦୀ ମାନଙ୍କର ଏଭଳି କାପୁରୁଷ ପଦକ୍ଷେପ ଆଜି ପ୍ରତ୍ୟେକ ଭାରତୀୟ ଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି l ଭାରତ ସରକାର ଙ୍କ ପକ୍ଷରୁ ଲଗାତାର ଭାବରେ ପହଁଲଗାମ ମାମଲା ରେ ମନ୍ଥନ ଚାଲିଛି, ଦେଶ ବାସୀ ଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି ଯେ ଦୋଷୀ ଙ୍କୁ ନ୍ୟାୟ ମିଳୁ l

କିନ୍ତୁ କେବେ କଣ ଆପଣ ଜାଣିଛନ୍ତି କି  ଏହି ଆତଙ୍କବାଦ ର ମୁଖ୍ୟ ଫଣ୍ଡ କେଉଁଠୁ ଆସୁଛି ? ଅନେକ ଥର ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ ଆତଙ୍କବାଦ ର ମୁଖ୍ୟ ଫଣ୍ଡିଙ୍ଗ ସ୍ରୋତ କେଉଁଠି ? କିଏ ଯୋଗାଉଛି ଏହି ଜଘନ୍ୟ କାଣ୍ଡ ପାଇଁ ପଇସା ?

କାଶ୍ମୀର ରେ ଏହି ସମୟରେ ଅନେକ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି, ଯେପରିକି ଲସ୍କର -ଏ-ତୋୟବl , ଜୈଶ – ଏ-ମହମ୍ମଦ , ଟିଆରଏସ , ଏମାନଙ୍କୁ କେବଳ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ନିକଟରୁ ସମର୍ଥଂ ମିଳୁନାହିଁ, ବରଂ ଆତଙ୍କୀ ସଂଗଠନ ଓ ଡ୍ରଗ୍ସ ତସ୍କରୀ ଭଳି ଜଘନ୍ୟ କାଣ୍ଡ ରେ ସାମିଲ ଅଛନ୍ତି l  ଏହାଛଡା ଅଫିମ, ଚରସ ଓ ଅନ୍ୟ ସମସ୍ତ ପ୍ରକାରର ଡ୍ରଗ୍ସ ସପ୍ଲାଏ କରିଥାଆନ୍ତି l

ଏହି ଆତଙ୍କୀ ସଂଗଠନ ମାନଙ୍କର ନକଲି ଔଷଧ କାରବାର ରେ ମଧ୍ୟ ଲିପ୍ତ ଅଛନ୍ତି, ପାକିସ୍ତାନ ରେ ଏଭଳି ଅନେକ ସଂଗଠନ ଅଛନ୍ତି ଯିଏକି କେବଳ ବିଭିନ୍ନ ଚାରିଟେବୁଲ ନାଁ ରେ ପଇସା ସଂଗ୍ରହ କରି ଆତଙ୍କବାଦ କାର୍ଯ୍ୟକଳାପ ରେ ଲଗାଇଥାଆନ୍ତି , ଏମାନେ ବେକାର ଯୁବକ ମାନଙ୍କୁ ଭଡକାଇ ଭାରତ ବିରୁଦ୍ଧରେ ଜହର ଭାରି ଥାଆନ୍ତି, କେବଳ ଏତିକି ନୁହେଁ ଏହି ଆତଙ୍କବାଦୀ ମାନେ ଅର୍ଥବ୍ୟବସ୍ଥା ର ଗୋଟିଏ ଧନ୍ଦା ମଧ୍ୟ ଅଟନ୍ତି, ଏହା ବ୍ୟତୀତ ପାକିସ୍ତାନ ସହିତ କିଛି ଅନ୍ୟ ଦେଶରେ ମଧ୍ୟ ଏହି ଆତଙ୍କବାଦୀ ଙ୍କୁ ସମର୍ଥଂ କରି ସେମାନଙ୍କୁ ଫଣ୍ଡିଙ୍ଗ କରିଥାଆନ୍ତି , ଏହା ନୁହେଁ ଯେ ଭାରତ ସରକାର ଏହା ବିଷୟରେ କିଛି ଜାଣି ନାହାନ୍ତି l  ତେଣୁ ସରକାର ଆହୁରି କଡା ପଦକ୍ଷେପ ନେବା ଜରୁରୀ l ନଚେତ ସେମାନେ ଏହିଭଳି ରକ୍ତ ବୁହାଇ ଚାଲିଥିବେ l

Leave A Reply