Odisha news

ପହଁଲଗାମ ଆତଙ୍କବାଦୀ ଆକ୍ରମଣ ର ଆତଙ୍କବାଦୀ ଙ୍କ ସ୍କେଚ ଜାରୀ

0

ଜାମୁ-କାଶ୍ମୀର ର ପହଁଲଗାମ ରେ ଆତଙ୍କବାଦୀ ଆକ୍ରମଣ ର ମୁଖ୍ୟ ଆରୋପି ଙ୍କର ସ୍କେଚ ବୁଧବାର ଦିନ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି ହୋଇଛି l ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦୀ ଙ୍କ ତଲାଶ ଆରମ୍ଭ କରି ବ୍ୟାପକ ଚେଷ୍ଟା ଆରମ୍ଭ କରିଛନ୍ତି l ସୂଚନା ଯୋଗ୍ୟ ଯେ ଏହି ଆତଙ୍କବାଦୀ ଆକ୍ରମଣ ରେ ପାଖାପାଖି ୩ ରୁ ୬ ଜଣ ସାମିଲ ଅଛନ୍ତି l ଲସ୍କର ଏ ତାଇବା ର ର ମୁଖ୍ୟ ଏହି ଆକ୍ରମଣ ର ଜିମା ନେଇଛି l ଗୃହମନ୍ତ୍ରୀ ଅମିତ ସାହା ଶ୍ରୀନଗର ରେ ପହଂଚିଥିଲେ, ଏବଂ ବୁଧବାର ଦିନ ପେହଁଲଗାମ ଯାଇ ସେଠାରେ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଏବଂ ଏହାପରେ ମୃତକ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଥିଲେ l

ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ର ନାମ ପଚାରିଥିଲେ, ଏବଂ ମହିଳା ଙ୍କ ନିକଟରୁ ମହିଳା ଓ ପୁରୁଷ ଙ୍କୁ ଅଲଗା କରିଥିଲେ ଓ ସେମାନଙ୍କୁ କୋରାନ ର ଆୟାତ ଶୁଣିବାକୁ କହିଥିଲେ l  ଏବଂ ଆଧାର କାର୍ଡ ମଧ୍ୟ ଯାଞ୍ଚ କରିଥିଲେ l ଏହାପରେ ଖୋଲା ମୈଦାନ ଓ ରିସୋର୍ଟ ରେ ଟୁରିଷ୍ଟ ମାନଙ୍କୁ ଘେରି ଯାଇଥିଲେ l  ସେମାନଙ୍କ ନିକଟରେ ଖସି ପଳାଇବାର କୌଣସି ମଉକା ନଥିଲା l  ରିସୋର୍ଟ ବାହାରକୁ ବାହାରିବାର ଗୋଟିଏ ଛୋଟ ଗେଟ ଥିଲା l ଏବଂ  ଏହାପରେ ପୁରୁଷ ମାନଙ୍କୁ ଗୁଳି କରି ହତ୍ୟା କରିଥିଲେ l

ପହଁଲଗାମ ଆକ୍ରମଣ ପରେ NIA ତାର ଖାନତଲାସୀ ପ୍ରକ୍ରିୟା ଆରମ୍ଭ କରିଦେଇଛି l ଏବଂ ଏହି ସମୟରେ କିଛିଟା ସ୍କେଚ ଓ ନାମ ଜାରି କରିଛି l  ଅନୁମାନ କରାଯାଉଛି ଯେ ଏହି ଆତଙ୍କବାଦୀ ମାନଙ୍କର ବୟସ ୩୦ରୁ ୩୫ ବର୍ଷ ଅଟେ l

Leave A Reply