କରଞ୍ଜିଆ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ଉତ୍ସବ ଓ ଶ୍ରୀ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ
କରଞ୍ଜିଆ ,୨୧/ପା ଞ୍ଚ ପୀଢ : ବ୍ୟାସଦେବଙ୍କ ଜନ୍ମତିଥିକୁ ହିନ୍ଦୁ ମାନେ ଗୁରୁ ପୁର୍ଣିମା ଭାବେ ପାଳନ କରିଥାନ୍ତି। ଧାର୍ମିକ ମତାନୁସାରେ ସନାତନ ଧର୍ମ ଓ ଶାସ୍ତ୍ରର ମୂଳପିଣ୍ଡ ଚାରି ବେଦ, ବେଦାନ୍ତ,ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର ପ୍ରଭୃତିର ରଚୟିତା”କୃଷ୍ଣ ଦ୍ୱପାୟନ”ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି ।୧୯୨୫ ମସିହାରେ ସ୍ଥାପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚଳିତ ବର୍ଷ ୧୦୦ ବର୍ଷରେ ପଦାର୍ପଣ କରିଛି। ପୂଜ୍ୟପୂଜା ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଗୁରୁ ପୂର୍ଣ୍ଣିମା ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, କରଞ୍ଜିଆ ନଗର ପକ୍ଷରୁ ଆଜି ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ଗୁରୁ ପୁର୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ,ସମ୍ମାନସ୍ପଦ ବକ୍ତା ଭାବେ ପ୍ରାନ୍ତ ସାଧାରଣ ସମ୍ପାଦକ (ଭାରତୀୟ ଶିକ୍ଷଣ ମଣ୍ଡଳ, ପୂର୍ବାଞ୍ଚଳ) ତଥା ଧିରଜଲାଲ ମହାବିଦ୍ୟାଳୟ ବହଳଦା ଅଧ୍ୟାପକ ବିଶ୍ୱରଂଜନ ଘୋଷ ଉପସ୍ଥିତ ରହି ସଂଘ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମଗ୍ର ବିଶ୍ୱବାସୀଙ୍କ ହିତାର୍ଥେ ଓ ମାନବ କଲ୍ୟାଣାର୍ଥେ ମହର୍ଷି ବେଦବ୍ୟାସ ପ୍ରଥମେ ବେଦର ଜ୍ଞାନ ପ୍ରଦାନ କରିଥିଲେ। ତାଙ୍କର ଏହି ମହାନ ଯୋଗଦାନ ପାଇଁ ତାଙ୍କରି ସ୍ମୃତିରେ ଆଜି ଦିନକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ ଏବଂ ତାଙ୍କୁ ପ୍ରଥମ ଗୁରୁ ବା ଆଦି ଗୁରୁର ଉପାଧି ଦିଆଯାଇଛି।ଯେ କୌଣସି କର୍ମ ବା ଧର୍ମ ହେଉ ନା କାହିଁକି ବିନା ଗୁରୁରେ ପୂର୍ଣ୍ଣତା ଆସେନାହିଁ।ଗୁରୁ, ମନୁଷ୍ୟର ଅନ୍ତର୍ନିହିତ ଗୁଣ ଓ ଶକ୍ତିକୁ ଜାଗରଣ କରି ବ୍ୟକ୍ତି ଜୀବନରେ ଜ୍ଞାନର ପ୍ରଦୀପକୁ ପ୍ରଜ୍ୱଳିତ କରିଥାନ୍ତି ବୋଲି ଶ୍ରୀ ଘୋଷ ନିଜ ବକ୍ତବ୍ୟରେ କହିଥିଲେ। ପୃଥିବୀ ମାତା ଓ ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ ପଦବାଚ୍ୟ ବୋଲି ମଧ୍ୟ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ମାନେ ନିଜ ସ୍ୱଅର୍ଜିତ ଅର୍ଥରୁ କିଛି ଅଂଶ ଦକ୍ଷିଣା ସ୍ୱରୂପ ପ୍ରଦାନ କରିଥିଲେ। ସ୍ୱୟଂ ସେବକ ମାନେ ଗୌରିକ ଧ୍ୱଜାକୁ ଗୁରୁ ଭାବରେ ପୂଜା କରିଥାନ୍ତି। ଏହି କାର୍ଯ୍ୟକ୍ରମକୁ ଜଗବନ୍ଧୁ ମହାନ୍ତ, ପିପୁନ ସାହୁ, ମୋହିତ ଦାସ, ପରମେଶ୍ବର ମହାନ୍ତ, ସଞ୍ଜିବ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଶତାଧିକ ସ୍ୱୟଂ ସେବକ ଅଂଶଗ୍ରହଣ କରିଥିଲେ