କଣାସ(ସବ୍ୟୁ)୨୬/୧୧/୨୦ : ମୋଦି ସରକାରଙ୍କ ୪୨ଟି ଶ୍ରମିକ,କୃଷକ ଓ ଜନବିରୋଧୀ ମାରଣ ନୀତି ବିରୁଦ୍ଧରେ ଆଜି ଭାରତରେ ମିଳିତ ଟ୍ରେଡ୍ ୟୁନିଅନ ଓ ଫେଡେରେସନ୍ର ପକ୍ଷରୁ ଧର୍ମଘଟର ଡାକରା ଦିଆଯାଇଥିଲା ।କଣାସ ବ୍ଲକ ୟୁନିୟନ ଶାଖାର ରାମଚନ୍ଦ୍ର ମହାପାତ୍ର,ଭାଗିରଥି ବେହେରା,ଅନାମ ବେହେରା,ଧନେଶ୍ୱର ସ୍ୱାଇଁ,ବୈକୁଣ୍ଠ ନାଥ ବେହେରାଙ୍କ ନେତୃତ୍ୱରେ ଧର୍ମଘଟ ଆୟୋଜନ କରାଯାଇଥିଲା ।ଏଥିରେ ଶତାଧିକ କର୍ମୀ ଯୋଗଦେଇ ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଶ୍ରମ ଆଇନ ସଂଶଧନ ଉପରେ ସ୍ଵଗାନ ନାରାବାଜି ଦେଇଥିଲେ ।କଣାସ ବ୍ଲକରେ ଏହାର ପ୍ରଭାବ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । କଣାସ ବ୍ଲକର ସ୍ଥାନୀୟ ଜଙ୍କିଆ ଛକର ଜଗନ୍ନାଥ ସଡକ, ବାଲିଘାଇ ବଜାର ଠାରେ ରାଜପଥ ଉପରେ ଆଇଏନଟିୟୁସି, ଏଆଇଟିୟୁସି, ସିଆଟିୟୁ ଟ୍ରେଡ ୟୁନିଅନ ଆସୋସିଏସନ ଗୁଡିକ ଧର୍ମଘଟରେ ସାମିଲ ହୋଇଛନ୍ତି ।
ଶ୍ରମ ବିରୋଧି ଶ୍ରମ କୋଡ ଓ କୃଷକ ବିରୋଧୀ କୃଷକ ଆଇନକୁ ପ୍ରତ୍ୟାହର କରିବା ସହ ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଭଳି ଅନ୍ୟାନ୍ୟ ଦାବି ନେଇ ଧର୍ମଘଟକୁ ଓହ୍ଳାଇଛନ୍ତି ମିଳିତ ଟ୍ରେଡ ୟୁନିଅନ୍ । ଧର୍ମଘଟ ଯୋଗୁଁ କଣାସ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ସହ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ବଜାରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଅପରପକ୍ଷେ ମିଳିତ ଟ୍ରେଡ ୟୁନିଅନର ସଦସ୍ୟମାନେ ପେଟ୍ରୋଲିଂ କରି ଖୋଲିଥିବା ଛୋଟ ଛୋଟ ଦୋକାନଗୁଡିକ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ କରିଛନ୍ତି । ଜରୁରୀକାଳନୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଚଳାଚଳକୁ ବାଦ ଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ମିଳିତ ଟ୍ରେଡ ୟୁନିଅନର ଆହ୍ୱାନ କ୍ରମେ ବ୍ଲକରେ ସମସ୍ତ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କଣାସ ବ୍ଲକର ଜନ ସାଧାରଣ ଏହାକୁ ସମର୍ଥନ କରୁଥିବା ଜଣାପଡିଛି।