କାର୍ତିକ ମାସର କୃଷ୍ଣ ପକ୍ଷରେ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳନ କରାଯାଇଥାଏ l ଏହାର ଦୁଇ ଦିନ ପୂର୍ବରୁ ଧନତେରସ ପର୍ବ ପାଳନ ହୁଏ l ଏହି ଦିନ ଭଗବାନ ଧନ୍ଵନ୍ତରୀଙ୍କ ପୂଜା କରାଯାଇଥାଏ l ତାସାହିତ ଏହି ଦିନ ଯମଙ୍କ ନାମରେ ଦୀପ ଦାନ ମଧ୍ୟ କରାଯାଏ l ଲୋକମାନେ ଦୀପାବଳି ପୂର୍ବରୁ ଘରକୁ ସଫା ସୁତୁରା କରିବାରେ ଲାଗି ଯାନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ଧନତେରସ ଦିନ ଘରର ଚାରିଟି ଭାଗକୁ ଖାସ କରି ସଫା କରାଯିବ ନିହାତି ଆବଶ୍ୟକ ,କାରଣ ମା ଲକ୍ଷ୍ମୀ ଓ ଭଗବାନ ଧନ୍ଵନ୍ତରୀଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ l
ଐଶାନ୍ୟ କୋଣ -ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣକୁ ସବୁଠୁ ମହତ୍ୱପୂର୍ଣ୍ଣ ବୋଲି କୁହାଯାଏ l କାରଣ ଏହା ଦେବତା ମାନଙ୍କର ସ୍ଥାନ ଅଟେ l କୁହାଯାଏ ଯେ ଦେବତା ମାନେ ଏହି କୋଣରେ ବାସ କରନ୍ତି l ଧନତେରସ ଦିନ ଐଶାନ୍ୟ କୋଣକୁ ସଫା କରିବା ନିହାତି ଆବଶ୍ୟକ ଅଟେ l ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରାଯାଇ ପାରିବ l ଯଦି ଏହି ଦିଗରେ ଆବର୍ଜନା ଭାରି ରହିବ ତେବେ ଲକ୍ଷ୍ମୀ କେବେବି ପ୍ରବେଶ କରିବେ ନାହିଁ l
ପୂର୍ବ ଦିଗ -ଜାଣି ରଖନ୍ତୁ ଯେ ପୂର୍ବ ଦିଗରେ ସୂର୍ଯ୍ୟ ଦେବା ବାସ କରନ୍ତି ,ତେଣୁ ଏହି ଦିଗ ସକାରତ୍ମକ ଶକ୍ତି ପ୍ରଦାନ କରିଥାଏ l ତାସାହିତ ମା ଲକ୍ଷ୍ମୀ ମଧ୍ୟ ଏହି ଦିଗରେ ବାସ କରନ୍ତି l ତେଣୁ ଏହି ଦିଗର ସଫା କରିବା ନିହାତି ଆବଶ୍ୟକ l
ଉତର ଦିଗ -ଘରର ଉତର ଦିଗକୁ ଧାନର ଦିଗ ବୋଲି କୁହାଯାଏ ଓ ଦେବୀ ଲକ୍ଷ୍ମୀ ମଧ୍ୟ ଧାନର ପ୍ରତୀକ ଅଟନ୍ତି l ସେଥିପାଇଁ ଦୀପାବଳି ପୂର୍ବରୁ ଏହି ଦିଗକୁ ସଫା କରିବା ନିହାତି ଆବଶ୍ୟକ l କାରଣ ଏହି ଦିଗକୁ ସଫା କରିବା ଦ୍ୱାରା ଆର୍ଥିକ ସମ୍ପର୍ଣ୍ଣତାର ମାର୍ଗ ଖୋଲି ଯାଇଥାଏ l
ବ୍ରହ୍ମା ସ୍ଥାନ -ଘରର ମଧ୍ୟ ସ୍ଥାନଟିକୁ ବ୍ରହ୍ମା ସ୍ଥାନ କୁହାଯାଇଥାଏ l ଯେଉଁଠାରେ ଦୈନଦିନ ଜୀବନର ଆବଶକ୍ୟ ସାମଗ୍ରୀ ସହିତ ଘରର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥାଏ l କିନ୍ତୁ ଏହି ସ୍ଥାନ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ ,ତେଣୁ କରି ଏହି ସ୍ଥାନଟିକୁ ଧନତେରସ ଦିନ ଖାଲି କରି ସଫା କରିବା ଆବଶ୍ୟକ l