Odisha news

ବହୁ ପ୍ରତୀକ୍ଷିତ ଭାଲୁଜୋର ସେତୁ ଉଦଘାଟନ କଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ : ଅଞ୍ଚଳରେ ଖୁସିର ଲହରୀ

0

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତ  ସସ୍ତୁଗୁଡା ଭାଲୁଜୋର ନଳା ଠାରେ ବହୁ ପ୍ରତୀକ୍ଷିତ ସେତୁ ଉଦଘାଟନ ହୋଇଯାଇଛି, ଦୀର୍ଘ ୧୫ ବର୍ଷ ଧରି ଅପେକ୍ଷା କରିଥିଲେ ଅଞ୍ଚଳବାସୀ ଆଠଟି ଗାଁ ର ଶତାଧିକ ଲୋକେ ଉପକୃତ ହେବେ,ଏହି ସେତୁ ସାମାଜିକ, ଅର୍ଥନୈତିକ ଓ ସଂସ୍କୃତିକ ବିକାଶ କ୍ଷେତ୍ରରେ ସହଯୋଗ ହେବ।କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଡୁଲୁଘାଟି ରାସ୍ତା ପାଇଁ ଏହି ଭାଲୁଜୋର ଏକ ବାଧକ ଥିଲା।ଅଞ୍ଚଳବାସୀ ଏହି ସେତୁ ପାଇଁ ଶ୍ରମଦାନ କରିଥିବା ବେଳେ ବିଜୁକେବିକେ ଫଣ୍ଡ ରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଛି। ଆଜି ଏହାକୁ ଉଦଘାଟନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ।ଏବେ ଅଞ୍ଚଳବାସୀ ଙ୍କ ପାଇଁ ନବରଙ୍ଗପୁର କୁ ୬୦କିମି ଦୂର କମ କରିବ।

Leave A Reply