କାଳ ଭୈରବ ହେଉଛନ୍ତି ଶିବ ଙ୍କ ରୌଦ୍ର ରୂପ , ତାଙ୍କୁ ଦଣ୍ଡାଧିକାରୀ ମଧ୍ୟ କୁହାଯାଇ ଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବ ଙ୍କର କାଳଭୈରବ ସ୍ୱରୂପ ର ଉତ୍ପତି ମାର୍ଗଶିର ମାସ କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ହୋଇଥିଲା l ଏବଂ ଏହି ଦିନ କାଳଭୈରବ ଙ୍କ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l ଭାରତର ୫ଟି ସ୍ଥାନରେ କାଳଭୈରବ ମନ୍ଦିର ରହିଛି ଯାହାର ମାନ୍ୟତା ଅଲଗା ଅଲଗା ଥାଏ l ସେହି ସ୍ଥାନ ଗୁଡିକ ହେଲା କାଶୀ , ଉଜ୍ଜୟିନୀ, ଦିଲ୍ଲୀ ରେ ଦୁଇଟି , ନଇଁ ତାଳ ରେ ଅବସ୍ଥିତ l
ମାନ୍ୟତା ରହିଛି ଯେ ବାବା କାଳ ଭୈରବ ସମସ୍ତ ଦୁଃଖ , ନଜର ବାଧା , ବିକାର ଓ କଷ୍ଟ ଦୂର କରି ଥାଆନ୍ତି l ଏବଂ ବିଶେଷ କଥାଟି ହେଲା ଉଜ୍ଜୟିନୀ ସ୍ଥିତ ଭଗବାନ କାଳ ଭୈରବ ଙ୍କୁ ମଦିରା ଅର୍ପଣ କରାଯାଇ ଥାଏ l ମାନ୍ୟତା ଅନୁସାରେ କାଳ ଭୈରବ ତାମସିକ ପ୍ରବୃତି ର ଦେବତା ଅଟନ୍ତି l ସେଥିପାଇଁ ତାଙ୍କୁ ମଦ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l ବାବା କାଳ ଭୈରବ ଙ୍କୁ ଅଘୋଡ଼ ସ୍ୱରୂପ ରେ ରହି ଥାଆନ୍ତି ତେଣୁ ଅଘୋଡ଼ ର ମଦିରା ଅର୍ପଣ କରାଯାଇ ଥାଏ l
ଲୋକେ ପାପ , ଦୋଷ ଓ ଖରାପ ସମୟ ର ବିନାଶ ପାଇଁ କାଳ ଭୈରବ ଙ୍କୁ ମଦିରା ଅର୍ପଣ କରାଯାଇ ଥାଏ l ଯେଉଁ କାରଣରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ lମାନ୍ୟତା ଅନୁସାରେ କାଳ ଭୈରବ ଙ୍କ ମନ୍ଦିରରେ ରବିବାର ଦିନ ମଦିରା ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ର ସମସ୍ତ ଇଛା ପୁରାଣ ହୋଇଥାଏ ଏବଂ ସମସ୍ତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ l କିନ୍ତୁ ଏଠାରେ ଯେଉଁ ମଦିରା ଅର୍ପଣ କରାଯାଏ ତାହାକୁ ନିଜେ ଉପଭୋଗ କରିବା ଉଚିତ ନୁହେଁ l