କାକଟପୁର : ଏହି ଥାନା ଅଧିନସ୍ଥ କୁଣ୍ଡେଶ୍ୱର ଗ୍ରାମର ଜୈନିକ (5) ବର୍ଷ ର ନାବାଳିକା ଛଦ୍ମ ନାମ ନାମ (କୁନି) କୁ ସେହି ଗ୍ରାମର ବୃନ୍ଦାବନ ପ୍ରଧାନ (50) ଏକୁଟିଆ ଥିବାର ସୁଯୋଗ ନେଇ ପାଞ୍ଚ ଟଙ୍କା ର ଲୋଭ ଦେଖାଇ ଧର୍ଷଣ ଉଦ୍ୟମ କରିଥିବା ଓ ନାବାଳିକା ଜଣଙ୍କ ଗୁରୁତର ହୋଇଥିବା ତାର ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l
ଅଭିଯୋଗ ପାଇବା ପରେ (6) ଘଣ୍ଟା ନପୂରୁଣୁ ଥାନା (ଆଇ ଆଇ ସି) ପ୍ରିୟ ରଞ୍ଜନ ନାୟକ (ଏସ ଆଇ ) ପ୍ରିୟତମା ପ୍ରଧାନ ସଦଳ ବଳେ ପୋଲିସ ଫୋର୍ସ ନେଇ କୁଣ୍ଡେଶ୍ୱର ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ବୃନ୍ଦାବନ କୁ ଗିରଫ କରିବାରେ ସଫଳ ହୋଇଛନ୍ତି l
ନାବାଳିକା କନ୍ୟା ଓ ଅଭିଯୁକ୍ତ କୁ ଡାକ୍ତରୀ ମଇନା କରାଯାଇଥିବା ବେଳେ ଅଭିଯୁକ୍ତ କୁ ପୋଷ୍କ ଆକ୍ଟ ରେ ଗିରଫ କରାଯାଇଛି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ (ଦଫା 376) AB ପୋକ୍ସ ଆକ୍ଟରେ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ମୁତାବକ ଉକ୍ତ କେଶ ଟିକୁ ଏକ ମାସ ଅବଧି ମଧ୍ୟରେ ତଦନ୍ତ ସାରି ଚାର୍ଜ ସିଟ ଦାଖଲ କରିବାକୁ ନିର୍ଦେଶ ରହିଛି l ଅପର ପକ୍ଷରେ କାକଟପୁର ଥାନା ପକ୍ଷରୁ ପୋଲିସ ଚାଲେଞ୍ଜ ଭାବେ ଏହାକୁ ଗ୍ରହଣ କରିଥିବା ବେଳେ, ଘଟଣା ଟି କାକଟପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l