କାକଟପୁର 10/6 ,କାକଟପୁର ବ୍ଲକ ଅଧିନସ୍ଥ କାଣ୍ଡିସାହି ସ୍ଥିତ ମହିମା ଅଲେଖ ଧର୍ମପୀଠ ସ୍ଥଳୀରେ ଅବଧୂତ ନରୋତ୍ତମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଓ ସ୍ମୃତି ଚାରଣ ମହୋତ୍ସବ ୨ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ବ୍ରାହ୍ମ ମୁହୂର୍ତ୍ତ ରେ ମହିମା ପୀଠ ପରିସରରେ ଅଖଣ୍ଡ ଘୃତବତି ପ୍ରଜ୍ଜ୍ୱଳନ, ମହିମା ବ୍ରହ୍ମଧ୍ଵନି ସ୍ଥାପନ,ଅହୋରାତ୍ର ପ୍ରଭୁନାମ ଭଜନ କୀର୍ତ୍ତନ, ସ୍ମୃତି ଚାରଣ ଓ ଧର୍ମ ସଭା ଅନ୍ନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ମହୋତ୍ସବ କାର୍ଯ୍ୟକ୍ରମରେ ମହିମା ଧର୍ମ ଧାମ ସମାଜ ର ବାବା ନିତ୍ୟାନନ୍ଦ, ନକୁଳ ବାବା, ଅନନ୍ତ ବାବା, ଲମ୍ବୋଦର ବାବାଙ୍କ ସମେତ ବକଳ ଧାରୀ ସାଧୁସନ୍ଥ ପ୍ରମୁଖ ଯୋଗଦେଇ ବାବା ନରୋତ୍ତମ ଙ୍କ ସ୍ମୃତି ଚାରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ପାଇଁ କାଣ୍ଡିସାହି ମହିମା ଆଶ୍ରମ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା l