କାକଟପୁର 20/5 କାକଟପୁର ବ୍ଲକ ଅନ୍ତର୍ଗତ କଟକଣା ପଞ୍ଚାୟତ ର ଷଡ଼ାଂଶ ଗ୍ରାମରେ ଥିବା ପିଙ୍ଗଳେଶ୍ୱର ଙ୍କ ପୀଠରେ ନବମ ବାର୍ଷିକ କ୍ଷୀରସାଗର ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ସାଂସ୍କୃତିକ ଯୁବ ପରିଷଦ ଆନୁକୂଲ୍ୟରେ ଏହି କ୍ଷୀରସାଗର ମେଳା ରେ ପ୍ରଭୁ ପିଙ୍ଗଳେଶ୍ୱର ଙ୍କ (ଲିଙ୍ଗ) ଏକ ହଜାର କ୍ଷୀର ଢ଼ଳା ଯାଇଥିଲା l ସେହି କ୍ଷୀର ରେ ସୁମଧୁର ପ୍ରସାଦ (କ୍ଷୀରି) ପ୍ରସ୍ତୁତ କରାଯାଇ ହଜାର ହଜାର ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା l ପରେ, ପରେ ନାଉଗାଁ ଉତ୍କଳ ଭାରତୀ କଳାପରିଷଦ ତରଫରୁ କୁନି କୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା l ସାଂସ୍କୃତିକ ପରିଷଦ ପକ୍ଷରୁ ଧଡ଼ି ବେହେରା, ଦୀନବନ୍ଧୁ ଦାସ, ସୁବାଶିଷ ବେହେରା, ହରିହର ବେହେରା, ପ୍ରେମାନନ୍ଦ ବେହେରା, ହରହର ଦାସ, ଭୋଳି ବେହେରା,ଟୁନା ବେହେରା, ଭରତ ଚନ୍ଦ୍ର ବେହେରା, ଧୁଶାସନ ବେହେରା, ଚୈତନ ବେହେରା ଓ ଷଡ଼ାଂଶ ଗ୍ରାମବାସୀ ଙ୍କ ସହଯୋଗରେ ଏହି ମେଳା ପରିଚାଳନା କରାଯାଇଥିଲା l ଆଖ ପାଖ ଅଞ୍ଚଳ ର ପୁରୁଷ ମହିଳା ମାନେ ପ୍ରଭୁ ପିଙ୍ଗଳେଶ୍ୱର ଙ୍କୁ କ୍ଷୀର ଲାଗି କରିବା ସହ ନିଜ ନିଜର ପରିବାର ର ସୁଖ ମନାସି ଥିଲେ l