Odisha news

ରାଜ୍ୟ ସରକାରଙ୍କ ବିରୁଦ୍ଧରେ କାକଟପୁର ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର

0
 କାକଟପୁର 19/5 ସ୍ଥାନୀୟ ମେଡିକାଲ ଛକ  ଠାରେ  ପୁରୀଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂଯଯୋକ ଇଂ ପ୍ରିୟବ୍ରତ ବିଶ୍ୱାଳ,ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ରଜନୀ ରାଜୁ ମଲ୍ଲିକଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା  ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ  ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଏବେ ଦୁର୍ନିତି, ଅତ୍ୟାଚାର, ଶିକ୍ଷା ବ୍ୟବସ୍ଥା,ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡ଼ିଲାଣି ।ଏଠି ବିକାଶ ନାମରେ ଖାଲି ବିନାଶ ଚାଲିଛି।ଏହି ପରିପ୍ରେକ୍ଷୀରେ କାକଟପୁର ବିଜେପି ଯୁବମୋର୍ଚ୍ଚାର ତରଫରୁ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବଂ ଧାରଣା ଦିଆଯାଇଥିଲା।  ଅଣ ଓଡିଆ ଶାସନ ବନ୍ଦ କରାଯାଉ,5T ନାଁ ରେ ଆଉ କେତେ ଲୁଟିବ, କଲେଜ ଭିତ୍ତିଭୂମି ସୁଧୁରିବ କେବେ,ବିନା ପରୀକ୍ଷାରେ କେମିତି ନିଯୁକ୍ତି ଦେଇଛନ୍ତି ଏଭଳି ମହାଦୁର୍ନିତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯାଈଥିଲା। ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବା ସହ ଏହି ଅପାରଗ ସରକାରଙ୍କୁ ଉଚିତ୍ ଜବାବ ଦିଆଯିଵ।ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ହିମାଂଶୁ ମୁଦୁଲି, ଜୀବନ ଜ୍ୟୋତି ସ୍ୱାଇଁ, ମୁନା ବେହେରା, ଯୁବନେତା ଚିନ୍ମୟ ମଲ୍ଲିକ, ସୁବ୍ରତ ସ୍ୱାଇଁ, ଜ୍ୟୋତି ବିନାୟକ ପ୍ରଧାନ, ରାକେଶ ବିଶ୍ୱାଳ, ଲଳିତ ରଥ, ଗଜପତି ଭୂୟାଁ ଙ୍କ ସମେତ ଶତାଧିକ ସଭ୍ୟ ମାନେ ଯୋଗଦେଇଥିଲେ l
Leave A Reply