Odisha news

କାକଟପୁରରେ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ          

0
କାକଟପୁର ତା ୧୩/୧୧, କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଉତ୍ତର ଦ୍ୱାରରେ ଥିବା ମା ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ରବିବାର ଦିନ ପ୍ରାତଃରୁ ମା ଙ୍କର ସ୍ନାନ ମାର୍ଜନା, ମୈଲମ ପରେ ମନ୍ଦିରକୁ ଭିତର ଓ ବାହାର ଶୋଧ କରାଯାଇଥିଲା l ବାଳ ଧୂପ ପରେ ସର୍ବସାଧାରଣଙ୍କ ଦର୍ଶନ କରାଯାଇଥିଲା l ବହୁ ଦୂର ଦୁରାନ୍ତରୁ ମାତୃଭକ୍ତ ମାନେ ଆସି ମା ଙ୍କର ପୂଜାର୍ଚ୍ଚନା କରି ପରିବାରର ଶୁଭ ମନାସିଥିଲେ l ମଧ୍ୟାହ୍ନରେ ସଂକୁଡି ଭୋଗ ଲାଗି କରାଯାଇଥିଲା l ମନ୍ଦିରର ବାହାର ଓ ଭିତରକୁ ବିଭିନ୍ନ ସୁଗନ୍ଧିତ ଫୁଲରେ ସଜ୍ଜିତ କାରାଯାଇ ମା ଙ୍କର ବେଶ କରାଯାଇଥିଲା l ରାତ୍ରର ବିଳମ୍ବିତ ପ୍ରହରରୁ ହୋମ ଯଜ୍ଞ, ସପ୍ତସତୀ ଚଣ୍ଡୀପାଠ, ଘୃତାହୁତି ସହିତ ମା ଙ୍କୁ ଆବାହନ କରାଯାଇଥିଲା l ମା ଶ୍ୟାମାକାଳୀଙ୍କ ପୂଜାରେ ୨ ଦିନ ଧରି ହୋମ ଯଜ୍ଞ, ଅଷ୍ଟମ ପ୍ରହର ନାମଯଜ୍ଞ ଓ ପ୍ରସାଦ ସେବନ ରେ କାର୍ଯ୍ୟ ଶେଷ ହୋଇଥିଲା l ମନ୍ଦିରର ତତ୍ୱାବଧାରକ ରବୀନ୍ଦ୍ର ନାଥ ଦୀକ୍ଷିତ ସମସ୍ତ କାର୍ଯ୍ୟ ତୁଲାଇଥିବାବେଳେ ଆଗାମୀ ଦିନରେ ମନ୍ଦିରର ଟ୍ରଷ୍ଟ ଗଠନ କାରାଯାଇ ମା ଙ୍କ ପୂଜାନୀତିକୁ ସରସ ସୁନ୍ଦର କରାଯିବା ସହିତ ଭକ୍ତ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଶ୍ରୀ ମାତୃପ୍ରସାଦ ଦୀକ୍ଷିତ ଓ ଅକ୍ଷୟ ପ୍ରସାଦ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
Govt
Leave A Reply