କାକଟପୁର 20/10 ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆଜି କାକଟପୁରର ନିର୍ବାଚନ ମଣ୍ଡଳୀର ୬ ନମ୍ବର ଜୋନରେ ଅନୁଷ୍ଠିତ ହୋଇଯାଇଛି l ମା’ଙ୍କ ନିକଟରେ ପୂଜାର୍ଚ୍ଚନା ସାରି ମା ‘ଙ୍କ ଆଜ୍ଞାମାଳ ସହିତ କାକଟପୁରର ବିଧାୟକ ତଥା କ୍ରୀଡା, ଯୁବାବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ବିଜେଡ଼ି କର୍ମୀଙ୍କ ସହିତ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋର୍ତିମୟ ଦଳାଇ,ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୂ, କାକଟପୁର ବ୍ଲକସଭାପତି ପ୍ରାଣକୃଷ୍ଣ ମଲ୍ଲିକ,ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ,ସ୍ଥାନୀୟ ସରପଞ୍ଚ ଅଭୟ କୁମାର ସେଠୀ, କାକଟପୁର ବ୍ଲକ ଯୁବ ବିଜେଡି ସଭାପତି ରଞ୍ଜନ କୁମାର ନାୟକ, ଯୁବନେତା ରୋଶନ କୁମାର ବିଶ୍ୱାଳ,ଦିପକ ଶତପଥି, ବିଶ୍ୱଜିତ ଦାଶ,ମାନସ କୁମାର ଦୀକ୍ଷିତ,ମିତୁରଞ୍ଜନ ଦୀକ୍ଷିତ, କିଶୋର ପଣ୍ଡା,କାହ୍ନା ପଣ୍ଡା ପ୍ରମୁଖ ଏକ ଶୋଭାଯାତ୍ରାରେ ବାହାରି ୬ ନମ୍ବର ଜୋନର କଟକଣା, ଭଣ୍ଡାଘର, ଲତାହରଣ, ସୁହାଗପୁର, କଣ୍ଟାପଡା, ପାଟସୁନ୍ଦରପୁର ଆଦି ୬ ଗୋଟି ପଞ୍ଚାୟତରେ ଚାଲି ଚାଲି ନବୀନ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ତଥା ଲୋକାଭିମୁଖୀ ଯୋଜନାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇଥିଲେ l ପରିଶେଷରେ କଣ୍ଟାପଡା ପଞ୍ଚାୟତର ମାଧବାନନ୍ଦଙ୍କ ପୀଠରେ ଏକ କର୍ମୀସମ୍ମିଳନୀ ଆୟୋଜିତ ହୋଇଥିଲା l