Odisha news

ଗବେଷକଙ୍କ ମତ : ଆଧୁନିକ ଯୁଗର ଏହିସବୁ ଅଭ୍ୟାସ ମଣିଷର ମସ୍ତିଷ୍କକୁ କରୁଛି ରୋଗଗ୍ରସ୍ତ, ରୁହନ୍ତୁ ସାବଧାନ

0

ଆମେ ନିଜ ଶରୀର ସହିତ ମଧ୍ୟ ମସ୍ତିଷ୍କ ର ଧ୍ୟାନ ରଖିବା ଆବଶ୍ୟକ l କାରଣ ଆମ ମସ୍ତିଷ୍କ ଶରୀରର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ l ଗବେଷକଙ୍କ ମତରେ ଆମର କିଛିଟା ଭୁଲ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗିଥାଏ l ତେଣୁ ମସ୍ତିଷ୍କ ଓ ଶରୀର ଉଭୟର ଯତ୍ନ ନେବା ପାଇଁ ଆମକୁ କିଛିଟା ଭୁଲ କାର୍ଯ୍ୟ ଠାରୁ ନିବୃତ ରହିବା ଆବଶ୍ୟକ l

କେଉଁ ସବୁ କାର୍ଯ୍ୟ ଠାରୁ ନିବୃତ ରହିବା ଉଚିତ –

* ଧୁମ୍ରପାନ – ଧୁମ୍ରପାନ କରିବା ଅଭ୍ୟାସ ଆମକୁ ଅସୁବିଧାରେ ପକାଇଥାଏ l ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହିତ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ l ପ୍ରତିଦିନ ଧୁମ୍ରପାନ ସ୍ମରଣ ଶକ୍ତି ଉପରେ ଅନେକ ଖରାପ ପ୍ରଭାବ ପକାଏ l

* ଜଙ୍କ ଫୁଡ – ଆମ ଖାଦ୍ୟର ସିଧା ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡିଥାଏ l ଜଙ୍କ ଫୁଡ ଓ ସୁଗାର ଅଧିକ ମାତ୍ରାରେ ସେବନ ଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇ ଯାଇଥାଏ l ରିଫାଇଣ୍ଡ ସୁଗାର ଖାଇବା ଦ୍ୱାରା ମସ୍ତିଷ୍କ ର ବିକାଶ ଧୀର ହୋଇଯାଏ l ଏହାଦ୍ୱାରା ଡିପ୍ରେସନ ସମସ୍ୟା ଅଧିକ ବୃଦ୍ଧି ପାଇଥାଏ l

* ଠିକ ସମୟ ରେ ଶୋଇବା – ଡେରିରେ ଶୋଇବା ଦ୍ୱାରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ l ଜଣେ ସାମାନ୍ୟ ବ୍ୟକ୍ତିକୁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ l ଶୋଇବାରେ କିଛି କିଛି ଯଦି ଅସୁବିଧା ହୋଇଥାଏ ମସ୍ତିଷ୍କ ଉପରେ ପ୍ରଭାବ ପଡି ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l

* ଇନଆକ୍ଟିଭ ଲାଇଫ ଷ୍ଟାଇଲ – ଦୀର୍ଘ ସମୟ ଧରି ଗୋଟିଏ କାର୍ଯ୍ୟରେ ଲିପ୍ତ ରହିବା ଦ୍ୱାରା ଏହାର ପ୍ରଭାବ ମସ୍ତିଷ୍କ ଓ ଶରୀର ଉପରେ ପଡିଥାଏ l ତେଣୁ ଦୀର୍ଘ ସମୟ ଧରି କମ୍ପ୍ୟୁଟର ନିକଟରେ ନବସି ପ୍ରାଣାୟାମ ଓ ଯୋଗାସନ କରିବା ଆବଶ୍ୟକ l

* ଭୋଜନ ସମୟରେ ଏହି କାର୍ଯ୍ୟ କରିବା – ଖାଇବା ସମୟରେ ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରିବା କ୍ଷତିକାରକ ଅଟେ l ଖାଇବା ସମୟରେ ଶାନ୍ତ ସ୍ୱଭାବରେ କେବଳ ଖାଦ୍ୟକୁ ଉପଭୋଗ କରନ୍ତୁ l ନଚେତ ମସ୍ତିଷ୍କର ଶକ୍ତି ଦୁର୍ବଳ ହୋଇ ଯାଇଥାଏ l

*  ଷ୍ଟ୍ରେସ – ଏହା ଆଜିକାଲି ର ଗୋଟିଏ ବଡ଼ ସମସ୍ୟା l ଯେତିକି ଆବଶ୍ୟକ ସେତିକି କଥାରେ ଧ୍ୟାନ ଦିଅନ୍ତୁ l ଆବଶ୍ୟକତା ଠାରୁ ଅଧିକ ଚିନ୍ତା ମସ୍ତିଷ୍କ କୁ ଦୁର୍ବଳ କରି ଦେଇଥାଏ l

Leave A Reply