ଏହି ପରିପ୍ରେକ୍ଷୀରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶଲୁ ଜିନ୍ଦଲ ଜେଏସପିଏଲର ସିଏସଆର ଟିମକୁ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ,
“ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣ କରିବା ପାଇଁ ଆଶା- ଦ ହୋପ ଏକ ଅନନ୍ୟ ପ୍ରଚେଷ୍ଠା। ବିଭିନ୍ନ ଥେରାପି ତଥା ପୁନ ଥଇଥାନ ସେବା ଯୋଗାଇ ଛତିଶଗଡ, ଓଡିଶା ଏବଂ ଝାରଖଣ୍ଡ ରେ ଥିବା ଆଶା- ଦ ହୋପ କେନ୍ଦ୍ରଗୁଡିକ ସଫଳତାର ସହ ୪୯୦୦ରୁ ଅଧିକ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସାହାଯ୍ୟ କରୁଛି ।”
ଆଶା- ଦ ହୋପ କେନ୍ଦ୍ରଗୁଡିକ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଭିନ୍ନକ୍ଷମ ପିଲାମାନଙ୍କର ପୁନ:ଥଇଥାନ ଏବଂ ସଶକ୍ତିକରଣ ପାଇଁ ଫିଜିଓଥେରାପି, ଅକୂପେସନାଲ ଥେରାପି, ସେନ୍ସୋରୀ ଇଣ୍ଟିଗ୍ରେସନ୍ ଥେରାପି, ସ୍ପିଚ ଥେରାପି, ଅଡିଓମେଟ୍ରି ଆଦି ବିଭିନ୍ନ ସେବା ପ୍ରଦାନ କରିଥାଏ | ଏହା ସହିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତିମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ, ସହାୟକ ଏବଂ ଆଡାପ୍ଟିଭ୍ ଡିଭାଇସ୍ ଓ ମୋବିଲିଟି ଡିଭାଇସ୍ ଯୋଗାଇବାରେ ଏହି କେନ୍ଦ୍ରଗୁଡିକ ମଧ୍ୟ ସହାୟତା କରିଥାଏ | କୋଭିଡ – ୧୯ ପାଇଁ ଦେଶବ୍ୟାପୀ ଲକଡାଉନ ସମୟରେ ମଧ୍ୟ ଆଶା- ଦ ହୋପ କେନ୍ଦ୍ରଗୁଡିକ ଅନଲାଇନ ମାଧ୍ୟମରେ ତାର ସେବା ଅବ୍ୟାହତ ରଖିଥିଲା |