Odisha news

2021 ଦ୍ଵିତୀୟ ତ୍ରୈମାସରେ 1.93 ନିୟୁତ ଟନ ଷ୍ଟାଣ୍ଡଆଲୋନ ଇସ୍ପାତ ବିକ୍ରୟ ସହିତ ଜେଏସପିଏଲର ସର୍ବାଧିକ ତ୍ରୈମାସିକ ବିକ୍ରୟ ହାସଲ

0
  • ଆର୍ଥିକ ବର୍ଷ 21ର ଦ୍ଵିତୀୟ ତ୍ରୈମାସରେ 1.84 ନିୟୁତ ଟନ ଇସ୍ପାତ ଉତ୍ପାଦନ
  • ଆର୍ଥିକ ବର୍ଷ 21ର ଦ୍ଵିତୀୟ ତ୍ରୈମାସରେ 1.84 ନିୟୁତ ଟନ ପେଲେଟ ଉତ୍ପାଦନ

ନୂଆଦିଲ୍ଲୀ, ଅକ୍ଟୋବର 6, 2020 : ଆର୍ଥିକ ବର୍ଷ 2020ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ 2021 ଦ୍ଵିତୀୟ ତ୍ରୈମାସରେ ରେକର୍ଡ 30 ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର ଅଭିବୃଦ୍ଧି ଜାରି ରଖିଛି | ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ 1.85 ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ବିକ୍ରୟ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସରେ 2.41 ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ବିକ୍ରୟ ହାସଲ କରିଛି  |

ସେହିଭଳି, ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ 1.99 ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ଉତ୍ପାଦନ ହାସଲ କରିଥିବା ବେଳେ, ଆର୍ଥିକ ବର୍ଷ 2021ର ଦ୍ଵିତୀୟ ତ୍ରୈମାସରେ 2.35 ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ଉତ୍ପାଦନ ହାସଲ କରି ଜେଏସପିଏଲ 18 ପ୍ରତିଶତ ଅଭିବୃଦ୍ଧି  ରେକର୍ଡ କରିଛି |
ଘରୋଇ ଇସ୍ପାତ ଚାହିଦା ପୁନରୁତ୍ଥାନ ସହିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟରେ ଗତ ବର୍ଷ ତୁଳନାରେ  29 ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି |
ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ 1.49 ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟ ତୁଳନାରେ ଚଳିତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ  1.93 ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟ ହାସଲ କରିଛି | ସେହିଭଳି ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନରେ ମଧ୍ୟ ଜେଏସପିଏଲ  16 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି | ଆର୍ଥିକ ବର୍ଷ 2020 ଦ୍ଵିତୀୟ ତ୍ରୈମାସରେ 1.58 ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନ ହାସଲ କରିଥିବା ବେଳେ, ଆର୍ଥିକ ବର୍ଷ 2021ର ଦ୍ଵିତୀୟ ତ୍ରୈମାସରେ 1.84 ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନ କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି |
Fig in Million Tons Q2FY21 Q1FY21 Q2FY20 Growth

(Q-o-Q)

Growth

(Y-o-Y)

STANDALONE
Production 1.84 1.67 1.58 +10% +16%
Sales 1.93 1.56 1.49 +23% +29%
CONSOLIDATED
Production 2.35 2.03 1.99 +15% +18%
Sales 2.41 2.07 1.85 +16% +30%
ମୋଟ ବିକ୍ରୟ ପରିମାଣରେ 0.74 ମିଲିୟନ୍ ଟନ୍ ସହିତ ଇସ୍ପାତ ରପ୍ତାନି  38 ପ୍ରତିଶତ ଯୋଗଦାନ ଦେଇଛି | ସେହିପରି ଓଡ଼ିଶାର ବଡ଼ବିଲ ଠାରେ ଥିବା ଜେଏସପିଏଲର ପେଲେଟ କାରଖାନା ଆର୍ଥିକ ବର୍ଷ 2021ର ଦ୍ଵିତୀୟ ତ୍ରୈମାସରେ 2.01 ମିଲିୟନ୍ ଟନ୍ ର  ସର୍ବୋଚ୍ଚ ତ୍ରୈମାସିକ ପେଲେଟ ଉତ୍ପାଦନ କରିଛି |
“ଆମର ଉତ୍ସର୍ଗୀକୃତ କର୍ମଚାରୀ ଏବଂ ସେମାନଙ୍କ କଠିନ ପରିଶ୍ରମ ପାଇଁ ଆମେ ଗର୍ବିତ | ଆମେ ଭାରତର ଅଭିବୃଦ୍ଧିରେ ଯୋଗଦାନ ଦେବାପାଇଁ ଆମେ ସଂକଳ୍ପ ନେଇଛୁ ଏବଂ ଏଥିପାଇଁ ଆମେ ବିକ୍ରୟ ଓ ଉତ୍ପାଦନରେ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟରତ, ” ଜେଏସପିଏଲର ପରିଚାଳନା ନିର୍ଦେଶକ ଶ୍ରୀ ଭି ଆର ଶର୍ମା ଏକ ବିବୃତ୍ତିରେ କହିଛନ୍ତି।
Leave A Reply