Odisha news

ଓଡ଼ିଶାରେ ଲୋକପ୍ରିୟ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୧ଲକ୍ଷ ଟପିଲା, ରାଜ୍ୟର ୨୭ ସହର ଓ ନଗରକୁ ସେବା ସମ୍ପ୍ରସାରିତ

0

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ଭାବରେ ରିଲାଏନ୍ସ ଜିଓର ଲୋକପ୍ରିୟ ଅଲ୍‌ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍‌’ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିଛି । ଏଥିସହିତ ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍‌ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସ୍‌ଡ୍‌-ଲାଇନ୍ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ର ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓଫାଇବର୍ ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିଛି ।

ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର୍ ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହୋଇଛି । ମହାମାରୀ ଆରମ୍ଭ ସମୟରେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୮୦୦୦ ଥିବା ବେଳେ ଏଥିରେ ଲଗାତାର ବୃଦ୍ଧି ଘଟି ଜିଓଫାଇବର ଗ୍ରାହକ ସଂଖ୍ୟା ୧୨୦୦% ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ଏକ ଲକ୍ଷ ଅତିକ୍ରମ କରିଛି ।

ନାଗରିକମାନଙ୍କୁ ସାମ୍ପ୍ରତିକ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓଫାଇବର୍ ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ତାହାର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିଛି । ଜିଓଫାଇବର୍ ସେବା ସମ୍ପ୍ରତି ଓଡ଼ିଶାରେ ଭୁବନେଶ୍ୱରକଟକପୁରୀଜଟଣୀଅନଗୁଳସମ୍ବଲପୁରରାଉରକେଲାଝାରସୁଗୁଡାବେଲପାହାଡବ୍ରଜରାଜନଗରସୁନ୍ଦରଗଡବଲାଙ୍ଗୀରକେନ୍ଦୁଝରଭବାନିପାଟଣାକୋରାପୁଟରାୟଗଡାକେନ୍ଦ୍ରାପଡାଜଗତସିଂହପୁରଯାଜପୁର ରୋଡଭଦ୍ରକତାଳଚେରଖୋର୍ଦ୍ଧାବ୍ରହ୍ମପୁରବାଲେଶ୍ୱରଜୟପୁରରାଜଗାଙ୍ଗପୁରଢେଙ୍କାନାଳ ସମେତ ୨୭ଟି ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ଏବଂ ଏହାର ସେବାକୁ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଗର ଓ ସହରଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି । ଏହି ସମସ୍ତ ସହରଗୁଡିକରେ ବ୍ୟବହାରକାରୀମାନେ ସାମ୍ପ୍ରତିକ ମହାମାରୀ ସମୟରେ ଦ୍ରୁତ ଇଂଟରନେଟ୍ ଜରିଆରେ ବାହ୍ୟ ଜଗତ ସହିତ ଯୋଡିହୋଇ ରହିବାର ଏକ ନିର୍ଭରଯୋଗ୍ୟ ମାଧ୍ୟମ ପାଇପାରୁଛନ୍ତି । ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷା ଆହରଣ ସମୟରେ ନିରବଚ୍ଛିନ୍ନ ସଂଯୋଗ ପାଇପାରୁଥିବାବେଳେ ରୋଗୀମାନେ ସେମାନଙ୍କ ଘରେଥାଇ ଡାକ୍ତର ପରାମର୍ଶ ପାଇପାରୁଛନ୍ତି ଏବଂ ୱାର୍କ-ଫ୍ରମ୍‌-ହୋମ୍ କରୁଥିବା ପ୍ରଫେସନାଲ୍ ମାନେ ଜିଓଫାଇବର ବଳରେ ସହଜରେ ଘରେ ରହି ସହଜରେ କାମ କରିପାରୁଛନ୍ତି ।

ଜିଓଫାଇବର୍ ପୋଷ୍ଟ-ପେଡ ପ୍ଲାନଗୁଡିକ ଗ୍ରାହକଙ୍କୁ ବିନା କୌଣସି ଇନଷ୍ଟଲେସନ ଚାର୍ଜ ଏବଂ ଅପ୍‌ଟିକାଲ ନେଟୱର୍କ ଟର୍ମିନାଲ ଡିଭାଇସ ପାଇଁ କୌଣସି ସିକ୍ୟୁରିଟି ଜମା ବିନା ଜିଓଫାଇବର ସଂଯୋଗ ନେଇପାରିବା ଭଳି ଅତୁଳନୀୟ ଫାଇଦା ପ୍ରଦାନ କରୁଛି । ଏତଦ୍‌ବ୍ୟତୀତ ଜିଓଜଏନ୍ ଆପ୍‌କୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କର ଜିଓଫାଇବର ଲ୍ୟାଣ୍ଡଲାଇନ ନମ୍ବରକୁ ଆସୁଥିବା ସମସ୍ତ କଲ୍‌କୁ ସ୍ମାର୍ଟଫୋନ୍‌ରେ ଗ୍ରହଣ କରିପାରିବା ସୁବିଧା ରହିଛି ।

ଜିଓଫାଇବର୍ ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛିଯାହା ଅସୀମିତ ଡାଟା ଏବଂ ମାଗଣା ଏଚଡି ଭଏସ୍ କଲିଂ ସୁବିଧା ପ୍ରଦାନ କରୁଛି । ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ ବକ୍ସ ଏବଂ ଭଏସ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସଂପ୍ରତି ୩୫୦ରୁ ଅଧିକ ଟିଭି ଚାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ । ବ୍ୟବହାରକାରୀମାନେ ଜିଓଫାଇବର୍‌ର ଅନନ୍ୟ ଟ୍ରିପଲ ପ୍ଲେ ସଂଯୁକ୍ତ ପ୍ଲାନ୍‌କୁ ଉପଭୋଗ କରିପାରିବେ ଯେଉଁଥିରେ ଅଲ୍‌ଟ୍ରା-ହାଇ ସ୍ପିଡ ଇଂଟରନେଟ ଯାହାର ସ୍ପିଡ ୧୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍‌ଅସୀମିତ ଲୋକାଲ ଏବଂ ଏସଟିଡି ଏଚଡି କଲ୍ ସୁବିଧା ଥିବା ଫିକ୍ସଡ ଲାଇନ ସେବା ଏବଂ ନେଟ୍‌ଫ୍ଲିକ୍ସଆମାଜନ ପ୍ରାଇମଡିଜ୍‌ନି+ ହଟଷ୍ଟାରଜି୫ୟୁଟ୍ୟୁବଭୁଟ୍‌ସୋନିଲିଭ୍ ଆଦି ୧୭ଟି ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ ସୁବିଧା ରହିଛି । ଏଥିସହିତ ଜିଓଫାଇବର ବ୍ୟବହାରକାରୀମାନେ ମଧ୍ୟ ସମାନୁପାତିକ ସ୍ପିଡ୍ ଉପଭୋଗ କରିବେଯାହାର ଅର୍ଥ ହେଉଛି ଡାଉନଲୋଡ ଓ ଅପ୍‌ଲୋଡ ସ୍ପିଡ ସମାନ ରହିବଏବଂ ପାଣିପାଗ ପରିସ୍ଥିତିରେ ବ୍ୟାଘାତ କାରଣରୁ ସେବା ବାଧାପ୍ରାପ୍ତ ହେବନାହିଁ ।

ବହୁ ସଂଖ୍ୟକ କାର୍ଯ୍ୟରତ ପ୍ରଫେସନାଲ୍‌ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବେ ମଧ୍ୟ ଘରେ ରହି କାର୍ଯ୍ୟକରୁଥିବା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସରେ ଯୋଗ ଦେଉଥିବାରୁଜିଓଫାଇବର ନିଜର ଭରସାଯୋଗ୍ୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଦ୍ୱାରା ସାରା ଓଡ଼ିଶାର ନାଗରିକମାନଙ୍କୁ ସହାୟତା କରିବାକୁ ନିରନ୍ତର ଭାବରେ ନିଜ ନେଟୱର୍କରେ ବୃଦ୍ଧି ଜାରି ରଖିଛି ।

Leave A Reply