ସୋସାଲ ମିଡିଆରେ ଜେସିବି ମେଶନ୍ର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଖନନ ଓ ବଡ଼ ବଡ଼ ବିଲïିଂ ଭାଙ୍ଗିବାରେ ବ୍ୟବହୃତ ଜେସିବି ମେଶିନ୍ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ପିଠି କୁଣ୍ଡାଉଥିବା ଭିଡିଓରେ ଦେଖାଯାଇଛି । ୪୧ ସେକେଣ୍ଡର କ୍ଲିପ୍ରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣକ ନିର୍ମାଣ ସ୍ଥଳରେ ଠିଆ ହୋଇଛନ୍ତି ଓ ଜେସିବି ମେଶିନ୍ ତାଙ୍କ ପିଠି କୁଣ୍ଡାଉଛି । ବୃଦ୍ଧ ବ୍ୟକ୍ତି ଏହାର ମଜା ନେଉଥିଲେ ।
