Odisha news

ମଣିଷ ର  ଖରାପ ଅଭ୍ୟାସ ହିଁ ଜାତକ ରେ କରି ଦେଇଥାଏ ଗ୍ରହ ମାନଙ୍କୁ ଦୁର୍ବଳ, ଏବଂ ଅଟକି ରହିଯାଏ ଅନେକ କାମ

0

ବୈଦିକ ଶାସ୍ତ୍ର ଅନୁସାରେ ଆମ ଜୀବନ ରେ ସୁଖ-ସମୃଦ୍ଧି ରଖିବା ପାଇଁ ଗ୍ରହ ମାନଙ୍କର ମିଳନ ହେବା ମଧ୍ୟ ଖୁବ ଜରୁରୀ, ଯଦି ଗ୍ରହ ମାନଙ୍କର ଗତି ଆମ୍ଭପ୍ରତି ପ୍ରତିକୂଳ ସ୍ଥିତି ରେ ଚାଲୁଚି ତେବେ ଆମ ସଫଳତା ର ମାର୍ଗ ବନ୍ଦ ହୋଇ ରହିଯାଇଥାଏ l ଏବଂ ଚାଲିଥିବା କାର୍ଯ୍ୟ ମଧ୍ୟ ଅଟକି ଯାଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଅନେକ ଅଭ୍ୟାସ ରହିଛି ଯାହା ଆମ କୁଣ୍ଡଳୀ ରେ ଗ୍ରହ ମାନଙ୍କୁ ଦୁର୍ବଳ କରିଦେଇ ଥାଏ l ଯେପରିକି –
– ଅଧିକ ଭୋଜନ କରିବା,
– ଆଳସ୍ୟ ଓ କ୍ରୋଧ ,
– ଅହଂକାର ଓ ନକାରାତ୍ମକ ଭାବନା,
– ଖାଇବା ଥାଳିରେ ହାତ ଧୋଇବା,
– ଶୌଚ ପରେ ଧୋଇ ନହେବା
– କେଶ କୁଣ୍ଡାଇ ଘରେ ଚୁଟି ଫିଙ୍ଗିବା ,
– ବାସନ ଧୋଇବା ସମୟ ରେ ଅଧିକ ଶବ୍ଦ କରିବା

* ନଜଡ଼ି ଆମେ ନିଜର ନବଗ୍ରହ ଙ୍କୁ ମଜବୁତ କରିବାକୁ ଚାହୁଁଚୁ ତେବେ ମନରୁ ନକାରାତ୍ମକ ଭାବନା କୁ ଏଡାଇ ସକାରାତ୍ମକ ଭାବନା ରଖିବା ଜରୁରୀ l

* କେଉଁ ଗ୍ରହ ଙ୍କୁ କେଉଁ ଅଭ୍ୟାସ ଦୁର୍ବଳ କରିଥାଏ –
– ନକାରାତ୍ମକ ଭାବନା, ନିରାଶା ଓ ମନଦୁଃଖରେ ସବୁବେଳେ ରହିବ ଦ୍ୱାରା ଜାତକ ରେ ଚନ୍ଦ୍ରମା ଙ୍କ ସ୍ଥିତି ଦୁର୍ବଳ ହୋଇଥାଏ l ତେଣୁ ଏହି ୩ଟି ଖରାପ ଅଭ୍ୟାସ ଠାରୁ ଦୁରେଇ ରହିବ ଜରୁରୀ l

– କ୍ରୋଧ କରିବା , ସବୁ କାର୍ଯ୍ୟ ରେ ତରବର ହେବା, ଏବଂ ମନରେ ଆକ୍ରାତ୍ମକ ଭାବନା ରଖିବା ଜାତକ ରେ ମଙ୍ଗଳ କୁ ଦୁର୍ବଳ କରିଥାଏ , ମଙ୍ଗଳ ଦୁର୍ବଳ ହେଲେ ସମସ୍ତ କାମ ଅଟକି ଯାଏ ଏବଂ ସଫଳତା ରେ ବାଧା ଆସିଥାଏ l

* ମିଛ କହିବା, ଧୋକା ଦେବା ଏବଂ ଅନ୍ୟକୁ ଠକିବା ଦ୍ୱାରା ଜାତକରେ ବୁଧ ଦୁର୍ବଳ ହୁଅନ୍ତି, ଏବଂ ଆର୍ଥିକ ଅସୁଵିଧା ଦେଖା ଦେଇଥାଏ l

* ଅଧିକ ଲୋଭ, ଅଧିକ ଖାଦ୍ୟ ଖାଇବା, ଭୋଗ ବିଳାସ ରେ ଜୀବନ ଅତିବାହିତ କରିବା ଦ୍ୱାରା ବୃହସ୍ପତି ଦୁର୍ବଳ ହୁଅନ୍ତି, ଏବଂ ଜୀବନ ରେ ଅନେକ ଅସୁବିଧା ଦେଖାଦିଏ l

* ଅହଂକାର କରିବା, ଅଧିକ ଦେଖାଇ ହେବା, ଅଧିକ ବିଳାସିତ ସ୍ଵଭାଵ ର ହେବା ଦ୍ୱାରା ଜାତକ ରେ ଶୁକ୍ର ଦୁର୍ବଳ ହୁଅନ୍ତି, ଜୀବନ ବିନାଶ ଆଡକୁ ଚାଲିଯାଏ, ଏବଂ ପଇସାର  ଅସୁବିଧା ଦେଖାଦିଏ l

* ଆଳସ୍ୟ ହେବା, ନିଜ ଦାୟିତ୍ୱ ରୁ ଦୁରେଇ ରହିବା ଏବଂ କାମ କରିବାରୁ ଦୁରେଇ ରହିବା ଜାତକ ରେ ଶନି ଙ୍କ ସ୍ଥାନ ଦୁର୍ବଳ କରିଥାଏ, ଯାହାଦ୍ୱାରା ସୁଖ ସମୃଦ୍ଧି ଦୂରେଇଥାଏ l

* ଗ୍ରହ ମାନଙ୍କୁ ଜାତକ ରେ ମଜବୁତ କରିବା ପାଇଁ କରନ୍ତୁ ଏହି କାର୍ଯ୍ୟ –
ମନରେ ସକାରାତ୍ମକ ଭାବନା ରଖନ୍ତୁ – ଚନ୍ଦ୍ର ମଜବୁତ ହେବେ ,
– କ୍ରୋଧ ନିୟନ୍ତ୍ରଣ କରନ୍ତୁ – ମଙ୍ଗଳ ମଜବୁତ ହେବେ ,
= ସତ୍ୟ କୁହନ୍ତୁ ବୁଧ ମଜବୁତ ହେବେ ,
– ବୃହସ୍ପତିଙ୍କୁ ମଜବୁତ କରିବା ପାଇଁ ଦାନ ପୁଣ୍ୟ କରନ୍ତୁ ଏବଂ ଗୁରୁଜନ ଙ୍କୁ ସମ୍ମାନ ଦିଅନ୍ତୁ
– ଶୁକ୍ର ଙ୍କୁ ମଜବୁତ କରିବା ପାଇଁ ବିନମ୍ର ରୁହନ୍ତୁ, ସଫା ସୁତୁରା ନିଜକୁ ଓ ପରିବେଶ କୁ ରଖନ୍ତୁ ,
– ଶନି ଙ୍କୁ ମଜବୁତ କରିବା ପାଇଁ ସମୟ କୁ ଗୁରୁତ୍ୱ ଦିଅନ୍ତୁ l

Leave A Reply