ନୂଆଦିଲ୍ଲୀ : ଯେକୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କ ଆବାସ ସେହି ଦେଶର ଲୋକପ୍ରିୟ ଆବାସ ହୋଇଥାଏ ସେହି ଦେଶର ଲୋକମାନେ କଳ୍ପନା କରି ଥାନ୍ତିଯେ ତାହା କିପରି ଭିତରୁ ତିଆରି ହୋଇଥିବା ଏବଂ କିପରି ଦେଖା ଯାଉଥିବା l କିନ୍ତୁ ଥରେ ଚିନ୍ତା କରନ୍ତୁ ଜାପାନ ଭଳି ଦେଶର ପ୍ରଧାନମନ୍ତ୍ରୀଙ୍କ ଆବାସ ଆଜିକୁ ୧୦ ବର୍ଷ ହେଲାଣି ଖାଲି ପଡିଛି l ମିଳିଥିବା ସୂଚନା ଅନୁସାରେ ନିକଟରେ ଜଣେ ଜାପାନୀ ବିପକ୍ଷ ନେତା ପ୍ରଶ୍ନ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆବାସ ଖାଲି ପଡ଼ିଥିଲେ ମଧ୍ୟ ପ୍ରତେକ ବର୍ଷ ୧୧ କୋଟି ଟଙ୍କା କାହିଁକି ଖର୍ଚ ହେଉଛି ଏବଂ ପ୍ରଧାନମନ୍ତ୍ରୀ ସୁଗା କାହିଁକି ସେଠାକୁ ଯାଉ ନାହାନ୍ତି l
ଯେଉଁ ବିପକ୍ଷ ନେତା ଜଣଙ୍କ ଏହି ପ୍ରଶ୍ନ ପଚାରି ଥିଲେ ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୋଡ ,ଯିଏ ଏହି ଅବସରେ ରହିଥିବା ଶେଷ ପ୍ରଧାନମନ୍ତ୍ରୀ ଥିଲେ l ସେ ୨୦୧୨ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଥିଲେ l ଜାପାନର ପ୍ରଧାନମନ୍ତ୍ରୀ ଆବାସ ନାମ ସୋରି କୋଟେଇ l ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ବିଷୟରେ ମିଥ୍ୟା ଗୁଜବ ଚର୍ଚା ହେଲାଯେ ସେଠାରେ ଭୁତର ପ୍ରଭାବ ରହିଛି l ଭୁତ ଡରରେ ଗତ ୯ ବର୍ଷ ହେଲାଣି କେହି ରହୁ ନାହାନ୍ତି l
ଜାପାନର ଦୀର୍ଘଦିନର ପ୍ରଧାନମନ୍ତ୍ରୀ ଆବେ ମଧ୍ୟ ୨୦୧୨ ରେ ଏଠାରେ ରହିବାକୁ ମନା କରି ଦେଇଥିଲେ l ଗୋଟିଏ ପୁଜାରିକୁ ମଧ୍ୟ ଭୁତ ଭଗାଇବା ପାଇଁ ଡକା ଯାଇଥିଲା କିନ୍ତୁ ପୂଜାରୀ ଜଣଙ୍କ ମତ ଦେଇଅଥିଲେ ଯେ ହିଂସାରେ ମୃତ୍ୟୁ ବାରଣ କରିଥିବା ଅଧିକାଂଶ ଆତ୍ମା ରହିଛନ୍ତି l ଯାହାଙ୍କୁ ଭଗାଇବା ସମ୍ଭବ ନୁହେଁ l ବର୍ତମାନ ମଧ୍ୟ ଏହି ଆବାସଟି ଖାଲି ପଡିଛି ଏବଂ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଯିବାକୁ ଚାହୁଁ ନାହାନ୍ତି l