ନୂଆଦିଲ୍ଲୀ : ନଭେମ୍ବର ୨୯ ତାରିଖ ଦିନ ରାତି ସମୟରେ ଜାପାନ ଉପରେ ଏକ ଅଦ୍ଭୁତ ଓ ଉଜ୍ବଳ ଜିନିଷ ଅନ୍ତରୀକ୍ଷରୁ ଖସିଲା l ଯେତେବେଳେ ଏହା ଖସିଲା ସେହି ସମୟରେ ଚାରିଆଡ ଆଲୋକିତ ହୋଇଯାଇଥିଲା ଓ କିଛି ସମୟ ପରେ ଏହା ଉଭାନ ହୋଇଗଲା l ବର୍ତ୍ତମାନ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି l
ଜାପାନର ନେସନାଲ ଆଷ୍ଟ୍ରୋନମି ଅନୁସାରେ ଏହା ଏକ ଉଲ୍କା ପିଣ୍ଡ ଥିଲା l ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଜଳୁଥିବା ଓ ଚମକୁଥିବା ଏହି ପଦାର୍ଥ ଟିକୁ ଜାପାନର ଅଧିକାଂଶ ଦୀପରୁ ଲୋକମାନେ ଦେଖିଥିଲେ ଓ ଫଟୋ ଉଠାଇବା ସହିତ ଭିଡିଓ ତିଆରି କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ l ଜାପାନର ହୋଗୋ ମୁନିସପାଲ ପ୍ଲାନେଟୋରିୟମର ଅଧିକ୍ଷକ କହିଛନ୍ତି ଉଲ୍କା ପିଣ୍ଡଟି ଏତେ ଜୋରରେ ଜଳୁଥିଲା ଯେ ରାତି ସମୟରେ ତାହାର ଆଲୋକରେ ଚାରିଆଡ ଆଲୋକିତ ହୋଇ ଯାଇଥିଲା l
ଜାପାନର ବୈଜ୍ଞାନିକ ମାନଙ୍କର କହିବା ଅନୁସାରେ ଅନ୍ତରୀକ୍ଷରୁ ଆସୁଥିବା ଉଲ୍କା ପିଣ୍ଡ ଗୁଡିକ ବେଳେ ବେଳେ ଶୁକ୍ର ଗ୍ରହ ଠାରୁ ମଧ୍ୟ ଉଜ୍ବଳ ଦେଖାଯାଇ ଥାନ୍ତି l କିନ୍ତୁ ପ୍ରଥମ ଥର ପାଇଁ କୌଣସି ଉଲ୍କା ପିଣ୍ଡ ଅଟେ ଆଲୋକିତ ହେବାର ଦେଖା ଯାଇଥିଲା l ଯେତେବେଳେ ଏହି ଉଲ୍କା ପିଣ୍ଡଟି ପୃଥିବୀ ଆଡକୁ ଆସିଥିଲା ସେହି ସମୟରେ ଗୋଟିଏ ଅଦ୍ଭୁତ ଧ୍ୱନି ମଧ୍ୟ ଶୁଣିବାକୁ ମିଳିଥିଲା l ଯେତେବେଳେ ଉଲ୍କା ପିଣ୍ଡଟି ଲିଭିଯାଇଥିଲା ସେହି ସମୟରେ ଆଉ କିଛି ଶବ୍ଦ ଶୁଣିବାକୁ ମିଳିନଥିଲା l ମିଳିଥିବା ସୂଚନା ଅନୁସାରେ ଜାପାନ ଉପରେ ପ୍ରାୟତଃ ଏହି ପରି ଉଲ୍କା ପିଣ୍ଡ ଖସିବାର ଦେଖିବାକୁ ମିଳୁଛି l କିନ୍ତୁ ୨୯ ତାରିଖ ଦିନ ଯେଉଁ ଉଲ୍କା ପିଣ୍ଡ ଖସିଲା ତା ପାଖରୁ ଦୁର୍ଲଭ ଆଲୋକ ଦେଖିବାକୁ ମିଳିଥିଲା l