ଜମନକିରା, ୧/୫: ଜମନକିରା ବ୍ଲକ ଶିକ୍ଷକ ମାନଙ୍କ ଅସୁବିଧାକୁ ନେଇ ଶିକ୍ଷକ ସଂଘ ପକ୍ଷରୁ ଗତକାଲି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶିକ୍ଷକ ସଂଘର ଅଭିଯୋଗ ଯେ, ଜମନକିରା ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କର ଗ୍ରେଡେସନ କାର୍ଯ୍ୟ ଧାର୍ଯ ସମୟ ସୀମା ମାଧ୍ୟ୍ୟରେ ମିଳୁ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବଜେଟ କାର୍ଯ୍ୟ ଶୀଘ୍ର ସମ୍ପନ କରାଯାଉ, ମଧ୍ୟାନ ଭୋଜନ ଚାଉଳ ନିଜ ନିଜ ବିଦ୍ୟାଳୟ ମାନଙ୍କରେ ଦିଆଯାଉ ଏବଂ ଏହା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶାରୀରିକ ମାନସିକ ଓ ଆର୍ଥିକ ଅସୁବିଧାରେ ପକାନଯାଉ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାସିକ ଦରମା ମାସର ୫ ତାରିଖ ମଧ୍ୟରେ ଦେବାର ବ୍ୟବସ୍ଥା କରାଯାଉ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଇନକ୍ରିମେଣ୍ଟ ସଠିକ ସମୟରେ ମଂଜୁର କରାଯିବାକୁ ନେଇ ଆଜି ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବିନୋଦ ବିହାରୀ ଅର୍କ, ପ୍ରସନ ପଟେଲ, ସୁରେଶ ଚନ୍ଦ୍ର ଦାସ, ସୁବୋଧ କୁମାର ପଣ୍ଡା, ବିଜୟ କୁମାର ବାରିକ, ରାଜକିଶୋର କୁମରା, ସୌମିତ୍ରୀ ରୋହିଦାସ, ରମେଶ କୁମାର ସେଠ ପ୍ରମୁଖ ଉପସ୍ଥିତ ଥିଲେ।