ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ଯୁକ୍ତ ୨ ମହାବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କୁ ନେଇ ଆତ୍ମରକ୍ଷା ତାଲିମ ଶିବିର ର ଶୁଭାରମ୍ଭ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପିକା ସୁଷମା ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ପି ଇ ଟି ରଞ୍ଜନ କୁମାର ମହାକୁଳ ସଂଯୋଜନା କରିଥିଲେ। ବାଣିଜ୍ୟ ଅଧ୍ୟାପିକା ଚନ୍ଦ୍ରିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ପ୍ରୀତି ଭେଂଗ୍ରା ଟ୍ରେନର ଭାବେ ୧୩୦ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପାଇଁ ଚୟନ କରିଥିଲେ। ଏହି କାର୍ଯକ୍ରମ ଆସନ୍ତା ୧୦ ଦିନ ଧରି ଚାଲିବ ବୋଲି କଲେଜ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।