ଜମନକିରା,୧୧/୫: ଘରୋଇ କଳହରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛି ଜଣେ ୧୯ ବର୍ଷର ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟି ଯାଇଛି, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମରେ। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ନିଶା ସେବନ କରି, ବାପା ବାବାଜୀ ନାଏକଙ୍କ ସହିତ ଝଗଡ଼ା ଲାଗିଥିଲା ପୁଅ ଦୁଷ୍ମନ୍ତ ଏବଂ କାଠଫାଳରେ ବାପାଙ୍କୁ ମାଡ ମାରି ରାତି ଦଶଟା ବେଳେ ଘରୁ ବାହାରି ଯାଇଥିଲା।
ପ୍ରାୟ ଦିନ ଦୁଷ୍ମନ୍ତ ନିଶା ସେବନ କରି ରାତିରେ ପରିବାର ଲୋକଙ୍କ ସହିତ ଝଗଡ଼ା ଲାଗି ଘରୁ ବାହାରି ଯାଏ ଏବଂ ପଡୋଶୀ ଘର ମାନଙ୍କ ଘରକୁ ଯାଇ ଶୋଇଥାଏ। କିନ୍ତୁ ସେଦିନ ସେ କାହାରି ଘରକୁ ଯାଇନଥିଲା। ବୁଧବାର ସକାଳେ ବାବାଡେରା ମଠ ଯିବା ବାଟରେ ଥିବା ତାଙ୍କ ନିଜ ମହୁଲ ଗଛରେ ଧଳା ରଙ୍ଗର ଏକ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଦେଖା ଯାଇଥିଲା। ଗାଁ ଲୋକେ ଦେଖି କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି, ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଜାରୀ ରଖିଛି। ତେବେ ଏହି ଘଟଣା ପରେ କେନାଢିପାରେ ଶୋକର ଛାୟା ଖେଳିଯାଇଛି ।