Odisha news

ଜଳେଶ୍ୱର ବ୍ଲକର ଆଉ ୫ ପଂଚାୟତରେ ପ୍ରିମିୟମ ସ୍ୱର୍ଣ୍ଣ ଚାଷ

0

ଜଳେଶ୍ୱର : ଜଳେଶ୍ୱର ବ୍ଲକରେ ବିଭିନ୍ନ ପଂଚାୟତରେ କେତେକ ଠକ ବିହନ ବିକ୍ରେତା ଅନ୍ୟ ରାଜ୍ୟର ବିହନ ବହୁ ଅଧିକ ମୂଲ୍ୟରେ ଏ ଅଂଚଳରେ ବିକ୍ରୟ କରିଛନ୍ତି । ଅଧିକ ଲାଭ ପାଇବା ଆଶାରେ ଚାଷୀମାନେ ଏହି ପ୍ରିମିୟମ ସ୍ୱର୍ଣ୍ଣକୁ ଆଦରି ନେଇଥିବା ବେଳେ ଏବେ ଏହି ଚାଷ କରି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଥିରେ କୃଷି ବିଭାଗ ହସ୍ତକ୍ଷେପ କରିବାକୁ ଜଳେଶ୍ୱର ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜଳେଶ୍ୱର ବ୍ଲକର ସମ୍ପତ୍ତିଆ, ନାମ୍ପୋ, ଖାଲିନା, ସୁଗୋ, ନେତୁଆ ପଞ୍ଚାୟତର ବହୁ ଚାଷୀ କ୍ରିଷିଧାନ ସିଡ୍ସ୍ ପିଭିଟି ଏଲଟିଡି, ମହାରାଷ୍ଟ୍ର ରାଜ୍ୟର ପ୍ରିମିୟମ ସ୍ୱର୍ଣ୍ଣକୁ ଏଜେଣ୍ଟ ମାନଙ୍କ ଦ୍ୱାରା ଆଣି ଚାଷ କରିଥିଲେ । ୧୦ କି.ଗ୍ରା ବିହନର ମୂଲ୍ୟ ୭୫୦ଟଙ୍କା ରେ କିଣି ଜୁନ୍ ୨୫ରୁ୩୦ ମଧ୍ୟରେ ତଳି ପକାଇଥିଲେ  ।

କମ୍ପାନୀର ନିୟମ ଅନୁଯାୟୀ ୧ ମାସ ମଧ୍ୟରେ ଏହି ଧାନ ରୋଇଥିବା ବେଳେ ରୋଇବାର ୩ ସପ୍ତାହ ମଧ୍ୟରେ ଧାନ ବାହାରିବା ଆରମ୍ଭ ହୋଇଛି । ଏହାର କେଣ୍ଡା ଏତେ ଛୋଟ ଯେ ଏହା ଏକରକୁ ୭/୮ କୁ୍ୟଣ୍ଟାଲ ଫଳିବା ମଧ୍ୟ ଅସମ୍ଭବ ହୋଇଛି । ଫଳରେ ଚାଷୀମାନଙ୍କ ଧୈର୍ଯ୍ୟଚୁ୍ୟତି ଘଟିଛି । ଏହି ୫ଟି ପଂଚାୟତର ଜଳକାପଡିଆ, ଡେମୁରିଆ, ସରକାତିଆ, ସମ୍ପତ୍ତିଆ, ଖାଲିନା, ଆମ୍ବଡିହା, ଇକିଡା, ଅମ୍ବପୁଆ, ନାମ୍ପୋ, କପାସୁଦା, ଆଡିନଗା, ଶାହାପୁର, କମାରଶାଳିଆ, ବାଣିଦା, ସୁଗୋ, କାଶିଡିହା, ସିମୁଳିଆ, ନଛିମପୁର, ଆମ୍ବଳିଅଠା, ବେଲିଗୋପିମୋହନ ପୁର ଗାଁରେ ବହୁଳମାତ୍ରାରେ ଏହି ଚାଷ ହୋଇଥିବା ଆଜି ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀମାନେ ବ୍ୟାଙ୍କ, ସମବାୟ ସମିତି ଏପରିକି ଗାଁ ଲୋକଙ୍କ ଠାରୁ ଟଙ୍କା ସୁଧ କରଜରେ ନେଇ ଚାଷ କରିଥିଲେ ।

ଏହି ଧାନ ଏ ଅଂଚଳର ସାଧାରଣ ଧାନ ଠାରୁ ସ୍ୱଳ୍ପ ଦିନ ଓ ସ୍ୱଳ୍ପ ଅଥର୍ଥ ବ୍ୟୟ କରି ୨ ଗୁଣା ଅମଳ ହୋଇଥାଏ । କମ୍ପାନୀର ଲୋକେ ଆସି ବିଭିନ୍ନ କ୍ଥା କହି ଚାଷୀ ମାନଙ୍କୁ ପ୍ରଲୋଭିତ କରି ଏଭଳି ଚାଷ କରିବାଲାଗି ଆଗ୍ରହ ସୃଷ୍ଟି କରିଥିଲେ । କିନ୍ତୁ ଏବେ ଚାଷୀମାନେ ବିପଦରେ ପଡିଥିବା ବେଳେ ଏଜେଣ୍ଟ ମାନଙ୍କର ଦେଖାନାହିଁ । ଆଜି ଏ ସମ୍ପର୍କରେ ଅଜୟ କୁମାର ମହାପାତ୍ର, ସପନ ପ୍ରମାଣିକ, ପୂର୍ଣ୍ଣଚନ୍ଦ୍ର ସାମଲ ରତନ ଦାସ, ସୁକୁମାର ହୁଇ, କାଳିଚରଣ ମୁର୍ମୁ, ରାଜେଶ ସେନ୍, ଅନିରୁଦ୍ଧ ପ୍ରମାଣିକ, ସଂଜିବ ପ୍ରଧାନ, ସୁଧାନିଧି ପାତ୍ର, ପ୍ରଦୀପ ସାମଲ, ସୁଧିର ପାତ୍ର, ବେଣୁଧର ଜେନା, ପୁର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ଚାଷୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସ୍ମାରକପତ୍ର ତହସିଲଦାର, ବିଡିଓଙ୍କ ଜରିଆରେ ପ୍ରଦାନ କରିଥିବା ବେଳେ ବିଏଓଙ୍କ ଦ୍ୱାରା କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ବ୍ଲକର ଅନ୍ୟ କେତେକ ପଂଚାୟତରେ ଏହି ଚାଷ ହୋଇଥିବାରୁ ସେମାନେ ମଧ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ

Leave A Reply