ଜଳେଶ୍ୱର : ଭାରତୀୟ ସଂସ୍କୃତିରେ ଶାଶୁଙ୍କୁ ମା’ର ମର୍ଯ୍ୟାଦା ଦିଆଯାଏ । ପରଘରର ଝିଅକୁ ନିଜଘରକୁ ବୋହୂଭାବେ ଆଣିବାପରେ ମା ପରି ଶାଶୁ ଜଣକ ବୋହୂକୁ ଶାଣ୍ଠଣା ଶିଖାଇ ଥାଏ । ଫଳରେ ବୋହୂଟି ଅଧିକ ଶ୍ନେହଶୀଳ, କର୍ମଠ ହେବାରେ ସୌଭାଗ୍ୟ ଲାଭ କରେ । କିନ୍ତୁ ଜଳେଶ୍ୱର ଥାନା ଚମାରଗାଁ ର ଜନୈକ ବୋହୂର ଶାଶୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ବାଧ୍ୟକରି ବଦ୍ନାମ କରିବାକୁ ଏକ ହୀନ ଚକ୍ରାନ୍ତ କରିଥିବାରୁ ଏବେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ତାନ୍ତ୍ରିକୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର ଥାନା ଅନ୍ତର୍ଗତ କାଶିମପୁର ଗ୍ରାମର ଅନୁପମା ଜେନାଙ୍କ ସହିତ ରାଇବଣିଆ ଥାନା ଅନ୍ତର୍ଗତ ଚମାରଗାଁ ପଂଚାୟତର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁତ୍ର ନୀଳମଣି ଜେନାଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । କିନ୍ତୁ ନୀଳମଣି ଅନ୍ୟତ୍ର ଏକ ଦୋକାନ କରି ଚଳୁଥିବାରୁ ସେଠାରେ ପରକୀୟା ପ୍ରିତିରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିବାରୁ ସ୍ତ୍ରୀ ଅନୁପମା ଜେନାକୁ ନିର୍ଯ୍ୟାତନା ଦେଇ ଆସୁଥିଲା ।
ବିବାହର ୪ବର୍ଷ ବିତିଥିବାରୁ ଅନୁପମାର ଜଣେ ଅଢେଇ ବର୍ଷର ପୁଅ ରହିଛି । କିନ୍ତୁ ଶାଶୁ ଗୀତାରାଣୀ ଏହି ଘଟଣାକୁ ଏକ ହୀନ ଚକ୍ରାନ୍ତ କରି ବୋହୂକୁ ଜଣେ ସଂଖ୍ୟଲଘୁ ସମ୍ପ୍ରଦାୟକର ତାନ୍ତ୍ରିକ ସହିତ ଦୁଷ୍କର୍ମ କରାଇବାକୁ ବାଧ୍ୟ କରାଇଥିଲେ । ତାନ୍ତ୍ରିକ ପୁଅ-ବୋହୂଙ୍କ ସହିତ ସୁସମ୍ପର୍କ ଆଣି ଦେବାର ପ୍ରତିଶୃତି ଦେଇ ଭୋଗରାଇ ଥାନା ଅନ୍ତର୍ଗତ କଖଡା ପଂଚାୟତର ଏକ ମୁସଲମାନ ବସ୍ତିକୁ ନେଇ ଯାଇଥିଲେ ।
ସେଠାରେ ତାନ୍ତ୍ରିକ ସେକ୍ ସରାଫ କେତେକ ପୂଜାର୍ଚ୍ଚନା କରିବା ସହିତ ମହିଳାଙ୍କ ସହିତ ଜବରଦସ୍ତ ସମ୍ପର୍କ ରକ୍ଷା କରିଥିଲେ । ପରେ ବୋହୂକୁ ବାପ ଘରକୁ ପଠାଇ ଦେଇଥିବା ବେଳେ ସ୍ୱାମୀ ସହିତ ସୁ-ସମ୍ପର୍କ ଲାଗି ଅନୁପମା ଅନ୍ଧବିଶ୍ୱାର ଶୀକାର ହୋଇ ସବୁ ନିର୍ଯ୍ୟାତନାକୁ ସହ୍ୟ କରିଥିଲେ । କିନ୍ତୁ ଗତ ଏପ୍ରିଲ ମାସରେ ଶାଶୁ ଗୀତାରାଣୀ ବୋହୂ ଅନୁପମାକୁ ଧରି ମୋରୁଡା ଥାନା ଅନ୍ତର୍ଗତ ବଇଞ୍ଚାଡିହା ଗ୍ରାମର ଏକ ପରିତ୍ୟକ୍ତ ଘରେ ତାଲା ମାରି ରଖିଥିଲେ ।
୮୦ଦିନ ଧରି ତାନ୍ତ୍ରିକ ଜଣକ ଅନୁପମାଙ୍କ ସହିତ ଦୁଷ୍କର୍ମ କରିଥିବା ଜଳେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ଘଟଣା ପ୍ରକାଶ କଲେ ଅଢେଇ ବର୍ଷର ପୁଅକୁ ହତ୍ୟା କରାଯିବାର ଧମକ୍ ଯୋଗୁଁ ଅନୁପମା ଚୁପ୍ ରହିଥିବାର ପ୍ରକାଶ କରିଛନ୍ତି । ଏପି୍ରଲ ୨୮ ତାରିଖ ଦିନ ତାନ୍ତ୍ରିକ ଜଣକ ଭୂଲକ୍ରମେ ମୋବାଇଲ ଅନୁପମାଙ୍କ ଠାରେ ଛାଡି ଯାଇଥିବାରୁ ସେ ସେହି ମୋବାଇଲ ଦ୍ୱାରା ନିଜ ବାପ ଘର ପରିବାରକୁ ଖବର ପଠାଇଥିଲେ । ଅନୁପମା ନିଖୋଜ ଥିବାର ଏକ ଲିଖିତ ଅଭିଯୋଗ ପୂର୍ବରୁ ଜଳେଶ୍ୱର ଥାନା ଓ ଏସ୍ଡିପିଓଙ୍କୁ ବାପା ଘର ପକ୍ଷରୁ ଦିଆଯାଇଥିଲା । ମୋରୁଡା ଥାନା ପୁଲିସ୍ ଏପ୍ରିଲ ୨୮ରେ ବନ୍ଦ କୋଠରୀରୁ ଅନୁପମା ଓ ତାର ପୁଅକୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ପଠାଇଥିଲୋ ଜଳେଶ୍ୱର ଥାନା ୧୬୯ରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଏପରି ଏକ ସମ୍ବେଦନଶୀଳନ ଘଟଣାରେ ଶାଶୁ, ଶ୍ୱାଶୁର, ସ୍ୱାମୀ ଓ ତାନ୍ତ୍ରିକକୁ ଗିରଫ କରିବାକୁ ଦାବି ହେଉଛି ।