Odisha news

ଯାଜପୁରରେ ଏମ୍.ସି.ଏଚ୍ ବିଲ୍ଡ଼ିଂ ପାଇଁ ୬୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

0

ଯାଜପୁର : ଓମବାଡ଼ସି ବା ଓଡ଼ିଶା ମିନେରାଲ ବିଅରିଂ ଏରିଆଦି ଡ଼େଭଲ୍ପମେଣ୍ଟ କର୍ପୋସେନ ପକ୍ଷରୁ ଯାଜପୁରେ ୧୫୦ ଶର୍ଯ୍ୟା ବିଶିଷ୍ଟ ଏମ୍.ସି.ଏଚ୍ ବିଲ୍ଡିଂ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରାପ୍ତ ହୋଇଛି । ଓମବାଡ଼୍ସି କର୍ତ୍ତୃପକ୍ଷଙ୍କ ବୈଠକର ନିଷ୍ପତ୍ତି ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏମ୍ ସି ଏଚ୍ ବିଲ୍ଡିଂ ପାଇଁ ପ୍ରଦାନ କରିଥିବା ୬୬, ୪୪, ୦୦,୦୦୦/- ଙ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।

ଏହା ଏକ ବଡ଼ ଉପଲବ୍ଧୀ । ଯାଜପୁର ଜିଲ୍ଲାବସୀ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଅଧିକ ସୁବିଧା ଯୋଗାଯାଇପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ଏହି ମଞ୍ଜୁରୀ ପାଇଁ ରାଜ୍ୟ ସରକାର, ଓମବାଡ଼ସି ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply