ଯାଜପୁର/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଜଣ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି।
ଯାଜପୁର ଧର୍ମଶାଳା ସବ୍ରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି। ରତ୍ନାକରଙ୍କ ଚହଟା ସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି। ରତ୍ନାକରଙ୍କ ଚହଟା ଘର ଯାଞ୍ଚ ବେଳେ ନଗଦ ୮ ଲକ୍ଷ ଟଙ୍କା ଜବତ ହେବା ସହ ସୁନା ରୂପା ଅଳଙ୍କାର ଜବତ ହୋଇଛି।
ସେହିପରି ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ର ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ସୁନ୍ଦରପଦା ଘର, ଭୁବନେଶ୍ୱର ଅଫିସ୍ ଏବଂ କେନ୍ଦ୍ରାପଡ଼ା ରାଜନଗରର ପୈତୃକ ଘରରେ ଯାଞ୍ଚ କରିଛି ଭିଜିଲାନ୍ସ ଟିମ୍।