ଯାଜପୁର : କୋଭିଡ଼୍ ବନ୍ଧୁ ଓ କୋଭିଡ଼ ମନିଟରଙ୍କ ମାଧ୍ୟମରେ କରୋନାର ମୁକାବିଳା ପାଇଁ ବ୍ୟବସ୍ତା କରାଯାଇଛି । ଏହାସହ ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଘରକୁ ଘର ବୁଲି ଥଣ୍ଡା, କାଶ ଜ୍ୱର ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ତଥ୍ୟ ହାସଲ କରିବେ ଯାହା କରୋନା ପ୍ରତିହତ ଦିଗରେ ଏକ ବଡ଼ ପଦକ୍ଷେ ହୋଇପାରିବ । ତେଣୁ ଲୋକମାନେ ଭୟଭୀତ ନହୋଇ ସଚେତନ ହେବା ସହ କୌଣସି ତଥ୍ୟ ନ ଲୁ·ଇ ଟ୍ରେସିଂରେ ସହଯୋଗ କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅନୁରୋଧ କରିଛନ୍ତି ।
ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ କରୋନା ସଂପର୍କୀତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ରାଠୋର ପ୍ରଶାସନ ଟେଷିଂ, ଟ୍ରିଟ୍ମେଣ୍ଟ ଓ ସଚେତନତା ଉପରେ ଗୁରୁତ୍ୱ ଦେଉଥିବାରୁ ଆଗାମୀ ୨ ସପ୍ତାହ ମଧ୍ୟରେ କରୋନାର ସ୍ଥିତି ନିୟନ୍ତ୍ରଣାଧିନ ହୋଇ ପାରିବ ବୋଲି କହିଥିଲେ । ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ବ୍ଲକ ସ୍ତରରେ କୋଭିଡ଼୍ ବନ୍ଧୁଭାବେ ଦାୟିତ୍ୱ ଦିଆଯିବ ।
ସେମାନେ ପଜିଟିଭ ହେଉଥିବା ବ୍ୟକ୍ତିମାନଙ୍କୁ ନିଜ ଅଭିଜ୍ଞତାରୁ ପରାମର୍ଶ ଦେବା ସହ ମନୋବଳ ବଢ଼ାଇପାରିବେ । ସେହିପରି ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳର ୱାର୍ଡ଼ ମାନଙ୍କରେ ମୋଟ ୩୫୫ କୋଭିଡ଼ ମନିଟରଙ୍କୁ ଦାୟିତ୍ୱ ଦିଆଯିବ ଏମାନେ ଜନ ସଚେତନତା ସୃଷ୍ଟି ସହ ବହୁମୁଖୀ ରୋଗରେ ଆକ୍ରାନ୍ତ ମାନଙ୍କର ତଥ୍ୟ ପ୍ରଦଦାନକରିବେ । ଶିଘ୍ର ଟ୍ରେସିଂ ଓ ଟ୍ରିଟ୍ମେଣ୍ଟ ଦ୍ୱାରା ରୋଗୀଙ୍କୁ ଶିଘ୍ର ଆରୋଗ୍ୟ କରାଯାଇପାରିବ । ପଅରପକ୍ଷରେ ଅଭିଜ୍ଞ ଚିକିତ୍ସକ ମାନଙ୍କ ଦ୍ୱାରା ଟେଲିମେଡ଼ିସିନ ମାଧ୍ୟମରେ ରୋଗୀ ମାନଙ୍କୁ ଚିକିତ୍ସା ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ସ୍ପେଶାଲିଷ୍ଟ ଡ଼ାକ୍ତର ମାନଙ୍କୁ ଟେଲିମେଡ଼ିସିନ ସେବାରେ ସାମିଲ କରାଯିବ । କୋଭିଡ଼ ଚିକିତ୍ସାଳୟରେ ହେଲ୍ପ ଡ଼େସ୍କ ରହିବ ଓ ରୋଗୀଙ୍କ ପରିବାରଙ୍କୁ ନିୟମିତ ରୋଗୀଙ୍କ ସ୍ଥିତି ସଂପର୍କରେ ସୂଚୀତ କରାଯିବ ।
ଅପରପକ୍ଷରେ ଜିଲ୍ଲା କାର୍ଯ୍ୟାଳୟରେ ମଧ୍ୟ ହେଲ୍ପ ଡ଼େକ୍ସ ମାଧ୍ୟମରେ ସହଯୋଗ କରାଯିବା ସହ ପ୍ଲାଜମା ଡ଼ୋନରମାନଙ୍କୁ ଯୋଗାଯୋଗ ବ୍ୟବସ୍ତା କୁ ତ୍ୱରାନ୍ୱିତ କରାଯିବ । କୋଭିଡ଼ ମାର୍ଗଦର୍ଶିକା ମାନିବା, ସଚେତନ ହେବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବାର ନିୟମକୁ ପ୍ରତ୍ୟେକ କଢ଼ାକଢ଼ିଭାବେ ଅନୁସରଣ କରିବାକୁ ଶ୍ରୀ ରାଠୋର ଅନୁରୋଧ କରିଛନ୍ତି । ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଡ଼େପୁଟି କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ଉମେଶ ଚନ୍ଦ୍ର ଲେଙ୍କା, ପ୍ରଶିକ୍ଷଣରେ ଥିବା ଓଏସ୍ ଓ ଆଇଏସ୍ ଅଫିସର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ, ସି.ଡ଼ି.ଏମ୍.ଓ ଡ଼ା. ସୁଧାଂଶୁ ଶେଖର ବଳ, ଏଡ଼ି.ଏମ୍.ଓ ଡ଼ା. ଅନୁପ କୁମାର ନାଥଶର୍ମା ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା କର୍ମ·ରୀ ଯୋଗ ଦେଇଥିଲେ