Odisha news

କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ବିଞ୍ଝାରପୁର ଓ ବରୀ ବନ୍ୟାଞ୍ଚଳ ପରିଦର୍ଶନ

0

ଯାଜପୁର : ୧୭/୦୯ କେନ୍ଦ୍ରୀୟ ପ୍ରତିନିଧି ଦଳ ଗୁରୁବାର ଯାଜପୁର ଜିଲ୍ଲା ବିଞ୍ଝାରପୁର ଓ ବରୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଦଳରେ ଜଳ ସଂପଦ ମନ୍ତ୍ରଣାଳୟର ସୁପରିଟେଣ୍ଡିଂ ଇଞ୍ଜିନିୟର ଅମରିଶ ପାଲ ସିଂ, ଗ୍ରାମ୍ୟ ଉନ୍ନୟ ମନ୍ତ୍ରୀଲାୟର ଏସ୍.ଏସ୍. ମୋଦି, ରାଜ୍ୟ କୃଷି ନିଦେ୍ର୍ଦଶକ ତଥା ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଏମ୍. ମୁଥୁକୁମାର ଓ ଜଳ ସଂପଦ ବିଭାଗର ପରାମର୍ଶଦାତା ଯୁଗଳ କିଶୋର ତ୍ରୀପାଠୀ ପ୍ରମୁଖ ସାମିଲ ଥିଲେ ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, କେନ୍ଦ୍ରୀୟ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ସ୍ଥାନରେ ବନ୍ୟାର ସ୍ଥିତି ସଂପର୍କରେ ଅବଗତ କରାଇଥିବା ସହ କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରିଥିଲେ । ସଂପୂର୍ଣ୍ଣ ଟିମ୍ ପ୍ରଥମେ ବିଞ୍ଝାରପୁର ବ୍ଲକ ନାଉବାଙ୍କ ଠାରେ ହୋଇଥିବା ଘାଇସ୍ଥଳକୁ ପରିଦର୍ଶନ କରିଥିଲେ । ଜଳ ସଂପଦ ବିଭାଗ ପକ୍ଷରୁ ·ଲିଥିବା ମରାମତି କାର୍ଯ୍ୟକୁ ପ୍ରତିନିଧିମାନେ ବୁଲି ଦେଖିବା ସହ ସ୍ଥାନୀୟ ଲୋକ ପ୍ରତିନିଧି ଓ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ଯୋଗୁ ଶହ ଶହ ହେକ୍ଟର କ୍ଷତିଗ୍ରସ୍ତ ·ଷ ଜମିକୁ ମଧ୍ୟ ଅନୁଧ୍ୟାନ କରିଥିଲେ ।

ପରେ ଶାସନ୍ଦା ଗ୍ରାମର ରୁଦ୍ରନାରାୟଣ ବେହୁରିଆ ଉଦ୍ୟାନ ବିଭାଗ ସହାୟତାରେ କରିଥିବା ଛତୁ ·ଷକୁ କେନ୍ଦ୍ରୀୟ ଦଳ ବୁଲି ଦେଖିଥିଲେ । ପରେ ପରେ ବରୀ ବ୍ଲକର କିମ୍ଭିରିଆପାଳ ପଞ୍ଚାୟତର ମାଳଦା ଠାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଛତୁ ·ଷକୁ ପରିଦର୍ଶନ କରିବା ସହ ସାହୁପଡ଼ାର ଆରୁଆଳ ଓ ବାଲିଆପାଳର ରମ୍ପାଠାରେ ହୋଇଥିବା ଘାଇ ସ୍ଥଳକୁ ପ୍ରତିନିଧି ମାନେ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଯାଜପୁର ଓ ଜାରକା ଜଳସେଚନ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ, ଅନ୍ୟାନ୍ୟ ବିଭାଗର ଅଧିକାରୀ କର୍ମ·ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply