Odisha news

ଗୃହ ସଚିବଙ୍କର ଆଦେଶକୁ ବେଖାତିର

0

ଯାଜପୁର : ବର୍ତ୍ତମାନ କୋଭିଡ଼୍ -୧୯ ସମୟରେ ଓଡ଼ିଶା ପୋଲିସ୍ ବିଭାଗରେ ପ୍ରାୟ ୪ ହଜାର ପୋଲିସ୍ କର୍ମ·ରୀଙ୍କ କରୋନା ହୋଇଅଛି । ସେମାନଙ୍କ ମଧ୍ୟରୁ ପ୍ରତିଦିନ ଜଣ ଜଣଙ୍କର ମୃତୁ୍ୟ ବରଣ ହୋଇଅଛି । ପୋଲିସ୍ ଡ଼ିପାର୍ଟମେଣ୍ଟ ଆଗ ଧାଡ଼ିର ଯୋଦ୍ଧା ଭାବରେ ପରିଚିତ ହୋଇସାରିଛି । ଏହି ବିଭାଗ ନଥିରେ କୋଭିଡ଼୍ରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇ ପଡ଼ିଥାନ୍ତା । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଭିନ୍ନ କାରଣରୁ ଜଣେ ପୋଲିସ୍ ଇନ୍ସପେକ୍ଟର ସସ୍ପେଣ୍ହ ହୋଇ ୨୦୧୮ ମସିହାରୁ ୫୦% ରୁ ୭୫% ଦରମା ପାଉଅଛନ୍ତି ।

ଏପରି ମହାମାରୀ ସମୟରେ ଏତେ ପୋଲିସଙ୍କର ଜୀବନ ଗଲାପରେ ମଧ୍ୟ ପୁଲିସ୍ ମହା ନିଦେ୍ର୍ଦଶକ ଓ ଗୃହ ବିଭାଗର ଦୃଷ୍ଟିଗୋଚର ହେଉ ନାହିଁ । ନିକଟରେ ଜଣେ ଆଇ.ଏ.ଏସ୍. ଅଫିସ୍ର ଭିଜିଲାନ୍ସ କେସ୍ରେ ୬ ମାସରେ ପୁନଃ ନିଯୁକ୍ତି ହୋଇ ପୋଷ୍ଟିଙ୍ଗ୍ ହୋଇଥିବାବେଳେ ପୋଲିସ୍ ବିଭାଗ ପ୍ରତି ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀର ବୈମାତୃକ ମନୋଭାବ ଦେଖାହେଉଛି ।

୨୦୧୦ ମସିହାରେ ଖୋଦ୍ ଗୃହ ସଚିବ ତରୁଣ କାନ୍ତ ମିଶ୍ର ଏକ ଅର୍ଡ଼ର କରିଥିଲେ ଯେ ୩ ମାସ ମଧ୍ୟରୁ ପୁନଃ ନିଯୁକ୍ତି କରିବାକୁ ଓ ସରକାରକୁ କ୍ଷତିରେ ନପକାଇବାକୁ ଗୃହ ସଚିବଙ୍କ ଆଦେଶକୁ ବେଖାତିର କରି ପୋଲିସ ମହା ନିଦେ୍ର୍ଦଶକ ଚୁପ୍ ହୋଇ ବସିପଡ଼ିଛନ୍ତି । ଅନ୍ୟ ପଟରେ ସେମାନେ ଓ ତାଙ୍କ ପରିବାର ଲୋକମାନେ ମାନସିକ ଯନ୍ତ୍ରଶ ମଧ୍ ଭୋଗ କରୁଛନ୍ତି । ଏ ବିଷୟରେ ପ·ରିବାରୁ ପୋଲିସ୍ ସଂଘର କର୍ମକତ୍ତା । କହୁଛନ୍ତି ଯେ ଆଉ ଏ ବିଭାଗର ରେ ବ୍ୟବସ୍ତାରେ ତାଲା ପଡ଼ିଗଲାଣି । ଏହା ଗଣତନ୍ତ୍ର ଶାସନ ନୁହେଁ ଏହା ରାଜ ଶାସନ ·ଲିଅଛି । ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ନିମନ୍ତେ ସାଧାଣରେ ଦାବୀ ହେଉଅଛି ।

Leave A Reply