Odisha news

କରୋନା ପାଇଁ ହଜିଗଲା ମାନବିକତା ପୁଅର ଶବକୁ ନେବା ପାଇଁ ମନା କଲା ବାପା।

0
ଜଗତସିଂହପୁର : କରୋନା ପାଇଁ ହଜିଯାଇଛି ମାନବିକତା । ୩୦ବର୍ଷ ପୁଅର ମୃତ ଦେହ ଚିକିତ୍ସାଳୟରେ ପଡି ରହିଥିବା ବେଳେ ମୃତ ଦେହକୁ ନେବା ପାଇଁ ବାପା ଲିଖିତ ଭାବେ ମନା କରିଦେଇଛନ୍ତି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ । ଉକ୍ତ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତରେ ଜୈନିକ ଯୁବକଙ୍କୁ ଏକ ସପ୍ତାହ ହେବ ଜ୍ୱର ହୋଇଥିଲା । ଜ୍ୱର ଭଲ ହେବା ପାଇଁ ଯୁବକ ଜଣକ କ୍ୱାକଙ୍କ ନିକଟରୁ ଔଷଧ କିଣି ଖାଉଥିଲେ । ହେଲେ ଦେହ ସୁସ୍ଥ ନ ହେବାରୁ କିଛି ଦିନ ତଳେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ ।
ଡାକ୍ତର ତାଙ୍କୁ କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଉକ୍ତ ଯୁବକ ଜଣକ କୋଭିଡ ପରୀକ୍ଷା ନ କରି ଘରେ ରହିଥିଲେ । ସୋମବାର ତାଙ୍କ ଦେହ ଗୁରୁତର ହେବାରୁ ପରିବାରଙ୍କ ପକ୍ଷରୁ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବକ ଜଣକ କରୋନା ଆକ୍ରାନ୍ତରେ ମୃତ ହୋଇଥାଇପାରନ୍ତି ଭାବି ସାଙ୍ଗରେ ଆସିଥିବା ତାଙ୍କ ବାପା, ମା ଓ ଜଣେ ପଡୋଶୀ ସନ୍ଦେହରେ କୋଭିଡ ପରୀକ୍ଷା କରାଇଥିଲେ ।
ସରକାରୀ ଭାବେ କୋଭିଡ ପରୀକ୍ଷା ରିପୋର୍ଟ ଆସି ନଥିବା ବେଳେ ଉକ୍ତ ଯୁବକଙ୍କର ବାପା କରୋନା ସଂକ୍ରମିତ ଥିବା ସୂଚନା ପାଇଁ ପୁଅର ଶବକୁ ନ ନେବା ପାଇଁ ପଂଚାୟତର ସରପଂଚଙ୍କ ହାତରେ ଲିଖିତ ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିିତ୍ସାଧିକାରୀଙ୍କୁ ଜଣାଇଛନ୍ତି । ଏହା ସହିତ ପୁଅର ଶବକୁ ପ୍ରଶାସନ ଦ୍ୱାରା ଶବ ସତ୍କାର କରିବାକୁ ଅନୁରୋଧ କରିଛନ୍ତି ।  ଶେଷରେ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ସହଯୋଗରେ ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।
Leave A Reply